27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶପୁରୁଣା ଆୟକର ସ୍ଲାବ ଅପରିବର୍ତ୍ତିତ

ପୁରୁଣା ଆୟକର ସ୍ଲାବ ଅପରିବର୍ତ୍ତିତ

ନୂଆଦିଲ୍ଲୀ :ସପ୍ତମ ଥର ବଜେଟ ଉପସ୍ଥାପନ କଲେ ନିର୍ମଳା ସୀତାରମଣ । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ଆଗତ ହେଲା ପୂର୍ଣ୍ଣାଙ୍ଗ ବଜେଟ୍ । ଦିନ ୧୧ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି ।    ଲଗାତାର ସପ୍ତମ ଥର ପାଇଁ ସଂସଦରେ ଦେଶର ଆୟ-ବ୍ୟୟର ହିସାବ ରଖିଛନ୍ତି ସୀତାରମଣ ।  ତେବେ ଚଳିତ ବଜେଟରେ ପୁରୁଣା ଆୟକର ସ୍ଲାବ ଅପରିବର୍ତ୍ତିତ ରହିଛି । ନୂଆ ଟିକସ ବ୍ୟବସ୍ଥାରେ ୩ ଲକ୍ଷ ଯାଏ ଉପରେ କୌଣସି ଟିକସ ନାହିଁ । ତେବେ ୩ରୁ ୭ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଟିକସ ଲାଗୁ ହେବ । ୭ରୁ ୧୦ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ ଟିକସ ଲାଗୁ ହେବ । ସେହିପରି ୧୦ରୁ ୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଟିକସ ଲାଗୁ ହେବ । ଏହାଛଡ଼ା ୧୨ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଟିକସ ଲାଗୁ ହେବ । ତେବେ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଟିକସ ଲାଗୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking