34.1 C
Bhubaneswar
Tuesday, March 24, 2026
Homeଓଡିଶାବିଜେଡି ଟିକେଟ ବାଣ୍ଟୁଥିଲେ ଅଫିସର!

ବିଜେଡି ଟିକେଟ ବାଣ୍ଟୁଥିଲେ ଅଫିସର!

ଭୁବନେଶ୍ୱର: ବିଜେଡି ଛାଡ଼ିବା ପରେ ସୁନନ୍ଦା ଦାସ ବିସ୍ଫୋରକ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ ଅଫିସରମାନେ ବିଜେଡି ଟିକେଟ ବାଣ୍ଟୁଥିଲେ । ମୋତେ ଡିଏସ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଦେଖା କରିବାକୁ କୁହାଯାଇଥିଲା । ମୁଁ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲି । ଟିକେଟ ମିଳିବା ନେଇ ସାନ୍ତ୍ୱନା ଦେଇ ସବୁ ଠିକଠାକ ବୋଲି ସେମାନେ କହିଥିଲେ । ତେବେ ସୁନନ୍ଦାଙ୍କ ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପ୍ରକାଶ ଯେ ବିଜେଡି ଛାଡ଼ିଛନ୍ତି ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ୟ୍ୟନ୍ତ ବରୀରୁ ବିଧାୟକ ହୋଇଥିଲେ। ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ବିଜେପି ଛାଡ଼ି ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ ଦେଇଥିଲା ବିଜେଡି। ସେ ବିଜୟୀ ମଧ୍ୟ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking