29.1 C
Bhubaneswar
Friday, September 27, 2024
Homeଓଡିଶାଡେଡଲାଇନ ଦେଲେ ନର୍ସିଂ ଅଫିସର

ଡେଡଲାଇନ ଦେଲେ ନର୍ସିଂ ଅଫିସର

ଭୁବନେଶ୍ୱର: ରାଜ୍ୟରେ ଚାଲିଛି ନର୍ସଙ୍କ ଆନେ୍ଦାଳନ । ସିରିଞ୍ଜ ଛାଡ଼ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର । ଏସମା ଲାଗୁ ସତ୍ତ୍ୱେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ ଜାରି ରହିଛି । ଏହି କ୍ରମରେ ଆନ୍ଦୋଳନକାରୀମାନେ ସନ୍ଧ୍ୟା ୭ଯାଏ ଡେଡଲାଇନ ଦେଇଛନ୍ତି । ଆଜି ସନ୍ଧ୍ୟା ୭ଟା ଯାଏଁ ଆନ୍ଦୋଳନ ଚାଲିବ । ଆଉ ସେତେପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାର ପଦକ୍ଷେପ ଗ୍ରହଣ ନକଲେ ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ଅହୋରାତ୍ର ଧାରଣା ଦିଆଯିବ ବୋଲି ଆନେ୍ଦାଳନକାରୀ ଚେତାବଦୀ ଦେଇଛନ୍ତି ।  ଏହି କ୍ରମରେ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ସେମାନଙ୍କ ପ୍ରତି ଅବିଚାର ହୋଇଛି । ଆମେ ସରକାରଙ୍କ ଠାରେ ବାରମ୍ବାର ଦାବି ଉପସ୍ଥାପିତ କରିଛୁ । ସରକାରଙ୍କ ସହ ଆଲୋଚନା ହୋଇଛି । କିନ୍ତୁ କିଛି ଫଳପ୍ରଦ ହୋଇନାହିଁ । ଆଜି ସନ୍ଧ୍ୟା ୭ଟା ଯାଏଁ ଆନ୍ଦୋଳନ ଚାଲିବ । ଆଉ ସେତେପର୍ଯ୍ୟନ୍ତ ଦାବି ପୂରଣ ନେଇ ସରକାର ପଦକ୍ଷେପ ଗ୍ରହଣ ନକଲେ ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ଅହୋରାତ୍ର ଧାରଣା ଦିଆଯିବ । ସରକାର ଯାହା କାର୍ଯ୍ୟାନୁଷ୍ଠାନ ଚାହୁଁଛନ୍ତି ନିଅନ୍ତୁ । ଆମେ ତାକୁ ସ୍ୱୀକାର କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking