26.1 C
Bhubaneswar
Friday, March 27, 2026
Homeଅପରାଧନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା

ଉତ୍ତରାଖଣ୍ଡ : ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା । ଉତ୍ତରାଖଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଜଣେ ନର୍ସଙ୍କୁ ଅପରଣ ପରେ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଛି। ମହିଳା ଜଣକ ଜୁଲାଇ ୩୦ରେ ହସ୍ପିଟାଲ ଯାଇ ଘରକୁ ନ ଫେରିବାରୁ ତାଙ୍କ ଝିଅ ଥାନାରେ ଏତଲା ଦେଇଥିଲେ। ୯ ଦିନ ପରେ ପୁଲିସ ମୃତଦେହ ଉଦ୍ଧାର କରିଥିଲା। ପୋଷ୍ଟମୋର୍ଟମ ରିପୋର୍ଟରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଛି। ସୂଚନା ଅନୁସାରେ, ମହିଳା ଜଣକ ଉତ୍ତର ପ୍ରଦେଶର ବିଳାସପୁରରେ ୧୧ ବର୍ଷୀୟ ଝିଅ ସହ ରହୁଥିଲେ ଏବଂ ଉତ୍ତରାଖଣ୍ଡର ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ। ଜୁଲାଇ ୩୦ ଦିନ ହସ୍ପିଟାଲରୁ ନ ଫେରିବାରୁ ତାଙ୍କ ଝିଅ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜରୁ ଜଣାପଡିଥିଲା ଯେ, ମହିଳା ଜଣକ ଘଟଣା ଦିନ ହସ୍ପିଟାଲରୁ ବାହାରିବା ପରେ ଏକ ଇ-ରିକ୍ସାରେ ଘରକୁ ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତ ତାଙ୍କୁ ପିଛା କରି ତାଙ୍କ ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ଯାଇଥିଲା। ସେହିଠାରୁ ମହିଳାଙ୍କୁ ଅପହରଣ କରି ନିକଟସ୍ତ ଏକ ବୁଦାରେ ଦୁଷ୍କର୍ମ କରିବା ପରେ ଷ୍ଟଲ୍ ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିବା ପୁଲିସ କହିଛି। ଅଗଷ୍ଟ ୮ରେ ମୃତଦେହ ଠାବ କରିବା ପରେ ଘଟଣାର ପର୍ଦ୍ଦାଫସ କରିଛି ପୁଲିସ। ଅଭିଯୁକ୍ତ ଜଣକ ମହିଳାଙ୍କ ଫୋନ୍ ସହ ୩,୦୦୦ ଟଙ୍କା ଚୋରି କରି ନେଇଥିଲା। ଫୋନ୍ ମାଧ୍ୟମରେ ହିଁ ଅଭିଯୁକ୍ତକୁ ଧରିବା ସହଜ ହୋଇଥିବା ପୁଲିସ କହିଛି। ପୁଲିସ କହିଛି ଯେ, ଅଭିଯୁକ୍ତ ଧର୍ମେନ୍ଦ୍ର ତ୍ତର ପ୍ରଦେଶରେ ଦିନ ମଜୁରିଆ ଭାବେ କାମ କରୁଥିଲା। ଘଟଣା ପରେ ସେ ରାଜସ୍ଥାନ ଚାଲି ଯାଇଥିଲା। ସେହିଠାରୁ ତାକୁ ଗିରଫ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking