24.1 C
Bhubaneswar
Tuesday, February 10, 2026
Homeଓଡିଶାବିଭିନ୍ନ ଦାବି ନେଇ ଧାରଣାକୁ ଓଲ୍ହାଇଲେ ନର୍ସ

ବିଭିନ୍ନ ଦାବି ନେଇ ଧାରଣାକୁ ଓଲ୍ହାଇଲେ ନର୍ସ

ଭୁବନେଶ୍ୱର: ପାରା ମେଡିକାଲ କର୍ମଚାରୀଙ୍କ ଗଣ ଧାରଣା। ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସି ରାଜଧାନୀରେ ବିକ୍ଷୋଭ। ବିଭିନ୍ନ ଦାବି ନେଇ ଧାରଣାକୁ ଓଲ୍ହାଇଛନ୍ତି ଜିଏନଏମ, ଏଏନଏମ ନର୍ସ। ରାସ୍ତାକୁ ଓହ୍ଲାଇଲେ ଓଡ଼ିଶା ସରକାରୀ ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘ। ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟରତ ଶହ ଶହ କର୍ମଚାରୀଙ୍କୁ ଛଟେଇ କରିବାକୁ ସରକାର ନେଇଥିବା ନିଷ୍ପତିକୁ ବିରୋଧ । ଏହାର ପ୍ରତିବାଦ କରି ଗଣ ଧାରଣା ଦେଇଛନ୍ତି କର୍ମଚାରୀମାନେ । କରୋନା ବିପତ୍ତି ସମୟରେ ଏମାନେ ରାଜ୍ୟର ସମସ୍ତ ଜିଲ୍ଲାରେ ରୋଗୀମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଥିଲେ। ହେଲେ ଡିଉଟି ବାବଦକୁ ମିଳୁଛି ଦିନ ମଜୁରିଆ ଠାରୁ କମ ପାରିଶ୍ରମିକ ।ନର୍ସ, ଲ୍ୟାବ ଟେକ୍ନିସିଆନ, ସ୍ୱାସ୍ଥ୍ୟ କର୍ମୀ ଭାବେ ରାଜ୍ୟରେ ପ୍ରାୟ ୪ ହଜାର କର୍ମୀ ତୃତୀୟ ପକ୍ଷ ଦ୍ୱାରା ନିଯୁକ୍ତ ହୋଇ କାମ କରୁଥିବା ବେଳେ ଏମାନଙ୍କୁ ଛଟେଇ କରାଯାଉଛି । ୬ ଟି ଜିଲ୍ଲାରେ ଛଟେଇ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରେ ପର୍ଯ୍ୟାୟ କ୍ରମେ ଛଟେଇ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଅର୍ଥର ଅଭାବ ଦେଖାଇ ଏମାନଙ୍କୁ ଛଟେଇ କରିବା ନିଷ୍ପତି ଦୁର୍ଭାଗ୍ୟ ଜନକ ବୋଲି କହିଛି ସଙ୍ଘ । ସରକାରଙ୍କୁ ଏହାର ପୁନର୍ବିଚାର କରିବାକୁ ଦାବି କରିଛି ଆଉଟସୋର୍ସିଙ୍ଗ ପାରାମେଡିକାଲ କର୍ମଚାରୀ ସଂଘ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking