20.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଏଚଏମପିଭି  ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି !

ଏଚଏମପିଭି  ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି !

ନୂଆଦିଲ୍ଳୀ : ଦେଶରେ ଏଚଏମପିଭି  ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି ହୋଇଛି । କୋଲକାତାରେ ବି ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଛି । ୬ ମାସର ଶିଶୁ ଶରୀରରେ  ଏଚଏମପିଭି ଚିହ୍ନଟ ହୋଇଛି । ଗତ ନଭେମ୍ବରରେ ଚିହ୍ନଟ ପରେ ହସ୍ପିଟାଲରେ ସୁସ୍ଥ ଅଛନ୍ତି  ବୋଲି ସୂଚନା  ମିଳିଛି । ତେବେ ମାସ୍କ ପିନ୍ଧିବାକୁ ପରାମର୍ସ ଦେଇଛନ୍ତି କଣ୍ଣାଟକ ସରକାର   । ବେଙ୍ଗାଲୁରୁରେ  ୨ ଏଚଏମପିଭି ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜର ଜାରି ହୋଇଛି । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ  ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ମାସ୍କ ପିନ୍ଧିଲେ ସଂକ୍ରମଣ କମିବ ବୋଲି କହିଲା ସ୍ୱାସ୍ଥ୍ୟ ବିଭାଗ । ଏଚଏମପିଭି ଲକ୍ଷଣ ଥିଲେ ଗହଳି ସ୍ଥାନକୁ ଯିବା ପାଇଁ ବାରଣ କଲା ମହାରାଷ୍ଟ୍ର ସରକାର । ଛିଙ୍କ , କାଶ ବେଳେ ପାଟି ଓ ନାକ କଭର କରିବାକୁ  ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking