26.1 C
Bhubaneswar
Saturday, April 4, 2026
Homeଓଡିଶାଦିନକୁ ଦିନ ରାଜ୍ୟରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଦିନକୁ ଦିନ ରାଜ୍ୟରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ଦିନକୁ ଦିନ ରାଜ୍ୟରେ ବଢୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା। ୨ଦିନରେ ଚିହ୍ନଟ ହେଉଛନ୍ତି ୨୦୦ ଡେଙ୍ଗୁ ଆକ୍ରାନ୍ତ। ଫଳରେ ଲୋକମାନେ ଭୟଭୀତ ହୋଇପଡିଛନ୍ତି। ଯଦିଓ ଗତବର୍ଷ ଠାରୁ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ତଥାପି ପରୀକ୍ଷଣ ସଂଖ୍ୟା ଢେର ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗୋଟିଏ ଦିନରେ ମୋଟ ୧ ହଜାର ୫୩୦ ନମୁନା ସଂଗ୍ରହ କରାଯାଉଛି ଯେଉଁଥିରେ ୧୬୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ୪୦ ଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ବେଳେ ଆବଶ୍ୟକ ପଡିଲେ ଏହାକୁ ବୃଦ୍ଧି କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ଗତବର୍ଷ ଡେଙ୍ଗୁ ସ୍ଥିତିକୁ ନଜରରେ ରଖି ଚଳିତ ବର୍ଷ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହାସତ୍ତ୍ବେ ବି ସଂଖ୍ୟା ବୃଦ୍ଧି ପାଇଛି। ତେବେ ମୁକାବିଲା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସହିତ ଅଧିକ ଚିହ୍ନଟ ଜିଲାଗୁଡିକରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛ। ତେବେ ଡେଙ୍ଗୁ ଆକ୍ରନ୍ତଙ୍କ ସଂଖ୍ୟା ବଢିବାକୁ ନେଇ କ୍ୟାପିଟାଲ ହସ୍ପିଟାଲର ଡିରେକ୍ଟର ଦିଲୀପ ପଣ୍ଡା କହିଛନ୍ତି ଯେ ପରିବେଶ ପରିସ୍କାର ରଖିଲେ ଏବଂ ଘରେ ମଶାରୀ ବ୍ୟବହାର କଲେ ଡେଙ୍ଗୁ ରୋଗର ପରିମାଣ ହ୍ରାସ ପାଇପାରିବ। ଏହାସହିତ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଡେଙ୍ଗୁ ରୋଗୀଙ୍କ ପାଇଁ ବେଡ଼ ଏବଂ ଚିକିତ୍ସା ବ୍ୟବସ୍ଥା ସଠିକ ଭାବରେ ପରିଚାଳନା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking