29.7 C
Bhubaneswar
Wednesday, June 18, 2025
Homeଓଡିଶାରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ଭୁବନେଶ୍ୱର: କାୟା ମେଲାଇଲାଣି କରୋନା । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ  ମିଶ୍ର । କହିଛନ୍ତି, ଯେତିକି ପରୀକ୍ଷା ହେଉଛି ବହୁତ କମ ପଜିଟିଭ ଆସୁଛି । ଦରକାର ପଡିଲେ ମାସ୍କ ପିନ୍ଧନ୍ତୁ । ଗହଳି ସ୍ଥାନକୁ ଯାଆନ୍ତୁନି । ଗ୍ଲୋଭସ ପିନ୍ଧନ୍ତୁ । ସୂଚନା ଥାଉକି   ସେପଟେ ଦେଶରେ ମୋଟ କରୋନା ସକ୍ରିୟ ମାମଲା ସଂଖ୍ୟା ୩,୯୬୧ରେ ପହଞ୍ଚିଛି । ଏନେଇ  ସୋମବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ  ସୂଚନା ଦେଇଛନ୍ତି । କେରଳରେ ସର୍ୱାଧିକ ୧୪୩୫ ଜଣ ଆକ୍ରାନ୍ତ ରହିଛନ୍ତି  ା   ଗୁଜୁରାଟରେ ୩୨୦, ପଶ୍ଚିମବଙ୍ଗରେ ୨୮ କରୋନା ରୋଗୀ ସକ୍ରିୟ ଅଛନ୍ତି । ଗତ ୨୪ ଘଣ୍ଟାରେ  କଣ୍ଣାଟକ ଓ କେରଳରେ ଜଣେ ଲେଖାଏଁ  ମୃତ୍ୟୁ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ସରକାରୀ ତଥ୍ୟ ଅନୁଯାୟୀ ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା  ୩୨ ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking