26.1 C
Bhubaneswar
Wednesday, December 17, 2025
Homeଅପରାଧକକାର କଟାମୁଣ୍ଡ ଧରି ଫାଣ୍ଡିରେ ପହଁଚିଲା ପୁତୁରା

କକାର କଟାମୁଣ୍ଡ ଧରି ଫାଣ୍ଡିରେ ପହଁଚିଲା ପୁତୁରା

କେନ୍ଦୁଝର : କେନ୍ଦୁଝର ସଦର ଥାନା ତଳକଇଁସାରି ଗାଁ ମହୁଲପଦା ସାହିରେ ଘଟିଛି ଅଭାବନୀୟ ଘଟଣା। ଜମିବାଡି ବିବାଦ ଓ ପୂର୍ବ ଶତୃତାକୁ ନେଇ ପୁତୁରା କବି ଦେହୁରୀ ସଂପର୍କୀୟ କାକା ହରି ଦେହୁରୀଙ୍କ ଗଣ୍ଡିରୁ ମୁଣ୍ଡ ଅଲଗା କରି ମୁଣ୍ଡକୁ ଏକ ବ୍ୟାଗରେ ଧରି ଶୁଆକାଟୀ ଫାଣ୍ଡିରେ ଆତ୍ମସମର୍ପଣ କରିଛି। ଖବରପାଇ ସଦର ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ପଚରାଉଚୁରା କରିବା ସହ ତଦନ୍ତ ଜାରି ରଖିଛି। ସୂଚନା ଅନୁସାରେ, ଗତକାଲି ରାତିରେ ଗାଁରେ ଦଣ୍ଡ ନାଚ ଚାଲିଥିଲା। ଗାଁରେ ସମସ୍ତେ ନାଚ ଦେଖିବାରେ ମସଗୁଲ ଥିବାବେଳେ ଘରୋଇ କଳିରେ ରାଗ ରଖିଥିବା ପୁତୁରା କବି ଦେହୁରୀ କାକା ହରି ଦେହୁରୀଙ୍କୁ ତଳକଇଁସାରି ଗାଁ ମହୁଲପଦା ସାହିରେ ହତ୍ୟା କରିବା ପାଇଁ ଯୋଜନା କରିଥିଲା।

ରାତି ପ୍ରାୟ ୧୦ଟା ପାଖାପାଖି ସମୟରେ ସୁଯୋଗ ଦେଖି ଗାଁ ପାଖ ବିଲ ମାଳରେ କାକା ହରିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ପୁତୁରା କବି। ଏହାପରେ କାକାର କଟା ମୁଣ୍ଡ ଧରି ଶୁଆକାଟୀ ଫାଣ୍ଡିରେ ପହଁଚିଥିଲା। ଖବରପାଇ ଘଟଣାସ୍ଥଳରେ ସଦର ପୋଲିସ ପହଁଚି ତଦନ୍ତ କରୁଛି। ସଦର ପୋଲିସ କେସ ନମ୍ବର ୧୭୨/୨୦୨୫ ରେ ଅଭିଯୁକ୍ତ ପୁତୁରା କବି ଦେହୁରୀକୁ ଗିରଫ କରିଛି। ଜମିବାଡି ବିବାଦକୁ ନେଇ ହତ୍ୟା କରିଥିବା କବି ଦେହୁରୀ ସ୍ୱୀକାର କରିଛି। ତଳକଇଁସାରୀ ଗ୍ରାମରେ ଏକ ସରକାରୀ ଜମିରେ କାକା ହରି ଦେହୁରୀ ଘର କରିଥିଲେ। ଏହି ଜମି ଟି ପୁତୁରା କବି ଦେହୁରୀ ର ବୋଲି କହି ଝଗଡା କରୁଥିଲା। ଏହି ଜମିରେ ମୁଁ ଘର କରିବି ବୋଲି କବି ଦେହୁରୀ ଅନେକ ଥର ଝଗଡା କରୁଥିଲା। ଏହି କାରଣରୁ ହତ୍ୟା କରିଥିବା ସେ ପୋଲିସ ନିକଟରେ ସ୍ୱୀକାର କରିଥିବା ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଅମିତ୍ ଭୂୟାଁ ପ୍ରକାଶ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking