24.1 C
Bhubaneswar
Sunday, April 5, 2026
Homeଅପରାଧପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଚାଲିଗଲା ଜୀବନ

ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଚାଲିଗଲା ଜୀବନ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଶିଣପୁର ଗାଁରେ ପଡୋଶୀଙ୍କ ଠେଙ୍ଗା ମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାଁ ଶତ୍ରୁଘ୍ନ ସେଠୀ l କୌଣସି କଥାକୁ ନେଇ ଶତ୍ରୁଘ୍ନଙ୍କ ପତ୍ନୀ ଓ ସେମାନଙ୍କ ପଡ଼ୋଶୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାକୁ ନେଇ ପଡ଼ୋଶୀ ରାଗ ରଖିଥିଲେ । ଆଜି ଶତ୍ରୁଘ୍ନ ଘରେ ଥିବା ସମୟରେ ପଡୋଶୀ ଜଣଙ୍କ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେl ଶତ୍ରୁଘ୍ନଙ୍କୁ ଘରଲୋକେ ଗୁରୁତର ଅବସ୍ଥାରେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶତ୍ରୁଘ୍ନଙ୍କ ପତ୍ନୀ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ ଦେବାପରେ ପୁଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking