25.1 C
Bhubaneswar
Thursday, April 2, 2026
Homeଅପରାଧକନଷ୍ଟେବଳଙ୍କ ସହ ପଡୋଶୀ ମହିଳାଙ୍କ ପରକୀୟା ପ୍ରୀତି ପଡିଲା ଭାରି ; ସ୍ୱାମୀ ଦେଲେ ନିସ୍ତୁକମାଡ

କନଷ୍ଟେବଳଙ୍କ ସହ ପଡୋଶୀ ମହିଳାଙ୍କ ପରକୀୟା ପ୍ରୀତି ପଡିଲା ଭାରି ; ସ୍ୱାମୀ ଦେଲେ ନିସ୍ତୁକମାଡ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଅମରୋହାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ କନଷ୍ଟେବଳଙ୍କୁ ତାଙ୍କ ପଡ଼ୋଶୀ ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିବା ମହଙ୍ଗା ପଡ଼ିଛି। ଏହି ଘଟଣାରେ ସାମିଲ ଥିବା କନଷ୍ଟେବଳଙ୍କ ନାମ ନରେଶ କୁମାର ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, କନଷ୍ଟେବଳ ନରେଶ କୁମାର ଅମରୋହାରେ ବସବାସ କରନ୍ତି। ତାଙ୍କ ପଡ଼ିଶାରେ ରହୁଥିବା ଦମ୍ପତିଙ୍କ ମଧ୍ୟରେ ସର୍ବଦା କଳହ ଲାଗି ରହୁଥିଲା। ଯାହାର ସମାଧାନ ପାଇଁ ନରେଶ ଦିନେ ଉକ୍ତ ଦମ୍ପତିଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସେ ପଡ଼ିଶାରେ ରହୁଥିବା ମହିଳାଙ୍କ ଫୋନ ନମ୍ବର ନେଇ ଆସିଥିଲା। ଏପରି ଭାବେ ନରେଶ ଦମ୍ପତିଙ୍କ ଝଗଡା ଶାନ୍ତ କରିବାକୁ ପଡ଼ିଶା ଘରକୁ ଯିବା ଆସିବା କରୁଥିଲେ। ଏହାରି ଭିତରେ କନଷ୍ଟେବଳ ପଡ଼ିଶା ମହିଳାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ। ଏହି ସମ୍ପର୍କକୁ ନେଇ ମହିଳାଙ୍କ ସ୍ବାମୀଙ୍କୁ ସନ୍ଦେହ ହୋଇଥିଲା। ତେଣୁ ସେ ସ୍ତ୍ରୀଙ୍କୁ ଧରିବା ପାଇଁ ଏକଦା ଦୁଇଦିନ ପାଇଁ କାମରେ ବାହାରକୁ ଯିବାକୁ କହି ଘରୁ ବାହାରି ଯାଇଥିଲେ। କିନ୍ତୁ କିଛି ଘଣ୍ଟା ପରେ ସ୍ବାମୀ ଘରକୁ ଫେରି ଆସି ଦେଖନ୍ତି ତ ତାଙ୍କ ସ୍ତ୍ରୀ ଘରେ ନଥିଲେ। ସେ ସନ୍ଦେହ କରି ପଡିଶାରେ ଥିବା କନଷ୍ଟେବଳ ନରେଶ କୁମାରଙ୍କ ଘର ଭିତରକୁ ପଶି ଯାଇଥିଲେ। ଏହି ସମୟରେ ସେ ସ୍ତ୍ରୀଙ୍କୁ ନରେଶଙ୍କ ଘରେ ଆପତ୍ତିଜନକ ଅବସ୍ଥାରେ ଦେଖି କିଛି ସମୟ ପାଇଁ ସ୍ଥାଣୁ ପାଲଟି ଯାଇଥି‌ଲେ। ଏହାପରେ କନଷ୍ଟେବଳ ଓ ତାଙ୍କ ସ୍ତ୍ରୀଙ୍କୁ ନିସ୍ତୁକମାଡ଼ ମାରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ କନଷ୍ଟେବଳ ନରେଶଙ୍କୁ ଚାକିରିରୁ ନିଲମ୍ବିତ କରି ଦିଆଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking