27.1 C
Bhubaneswar
Saturday, April 4, 2026
Homeଅପରାଧନିଶାଶକ୍ତ ପୁଅର ନାରକୀୟ କାଣ୍ଡ ; ବୃଦ୍ଧା ବାପାଙ୍କୁ ମାରିଦେଲା

ନିଶାଶକ୍ତ ପୁଅର ନାରକୀୟ କାଣ୍ଡ ; ବୃଦ୍ଧା ବାପାଙ୍କୁ ମାରିଦେଲା

କନ୍ଧମାଳ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଘଟିଛି ନିର୍ମମ ହତ୍ୟାକାଣ୍ଡ । ନିଶାଶକ୍ତ ପୁଅର ନାରକୀୟ କାଣ୍ଡ। ଲୁହା ଛଡ଼ରେ ପିଟି ବୃଦ୍ଧା ବାପାଙ୍କୁ ହତ୍ୟା। ମୃତ ବ୍ୟକ୍ତି ଜଣଙ୍କ ହେଲେ ୮୦ ବର୍ଷୀୟ ବୃଦ୍ଧ ହାଡ଼ିଆ ପ୍ରଧାନ। ପୁଲିସ ଅଭିଯୁକ୍ତ ପୁଅ ରୁକେଶ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଗତକାଲି ସନ୍ଧ୍ୟା ସମୟରେ ପୁଅ ରୁକେଶ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିଥିଲା। କୌଣସି କଥାକୁ ନେଇ ବାପପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ରୁକେଶ ଉତ୍‌କ୍ଷିପ୍ତ ହୋଇଲୁହା ଛଡ଼ ଆଣି ବାପାକୁ ପିଟିଥିଲା। ଘଟଣାସ୍ଥଳରେ ହାଡ଼ିଆଙ୍କର ମୃତ୍ୟୁ ଘଟିଥିଲା।ଘଟଣା ସଂପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking