16.1 C
Bhubaneswar
Saturday, December 6, 2025
Homeଅପରାଧରେଳଧାରଣାରୁ ମିଳିଲା ଯୁବକଙ୍କ କଟା ମୃତଦେହ

ରେଳଧାରଣାରୁ ମିଳିଲା ଯୁବକଙ୍କ କଟା ମୃତଦେହ

ବଲାଙ୍ଗୀର: ରେଳଧାରଣାରୁ ଯୁବକଙ୍କ କଟା ମୃତଦେହ ଉଦ୍ଧାର ହୋଇଛି । ଏଭଳି ଖବର ବଲାଙ୍ଗୀର ଜିଲ୍ଲା ଦେଓଗାଁ ରୁ ଆସିଛି । ହତ୍ୟା ପରେ ରେଳ ଧାରଣାରେ କିଏ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ, ବଲାଙ୍ଗୀର ଦେଓଗାଁ ରେଳଷ୍ଟେସନ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ କଟା ମୃତଦେହ ଠାବ ହୋଇଛି । ଟ୍ରେନ୍‌ ଲାଇନ୍‌ରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ଜିଆର୍‌ପି ଏବଂ ପୋଲିସକୁ ଖବର ଦେଇଛନ୍ତି । ବର୍ତ୍ତମାନ ଯାଏଁ କିଏ କାହିଁକି ଯୁବକଙ୍କୁ ହତ୍ୟା କରିଛି ? ମୃତ ଯୁବକ ଜଣଙ୍କ କିଏ ? । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ତେବେ ରେଳଧାରଣା ନିକଟରେ ରକ୍ତର ଛିଟା ପଡିଛି । ଯାହାକୁ ଦେଖି ସ୍ଥାନୀୟ ଲୋକେ ଏହାକୁ ହତ୍ୟା ବୋଲି ସନ୍ଦେହ କରୁଛି । ଯୁବକଙ୍କୁ ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ଖବର ପାଇ ଦେଓଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ଆରପିଏଫ୍‌ ଓ ଜିଆରପି ପହଞ୍ଚି ପରେ ମିଳିତ ଭାବେର ତଦନ୍ତ କରୁଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking