26.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶମାଆର ଗଳାକାଟି ହତ୍ୟା କଲା ପୁଅ; କଟା ମୁଣ୍ଡ ଧରି ଫେରାର

ମାଆର ଗଳାକାଟି ହତ୍ୟା କଲା ପୁଅ; କଟା ମୁଣ୍ଡ ଧରି ଫେରାର

ଲକ୍ଷ୍ନୌ: କୁହାଯାଏ ମାଆ ପୁଅର ସମ୍ପର୍କ ସବୁଠାରୁ ପବିତ୍ର ସମ୍ପର୍କ । ମାଆ ନିଜ ପିଲାଙ୍କ ପାଇଁ ଯମ ସହ ଲଢିବାକୁ ମଧ୍ୟ ପଛାଏ ନାହିଁ । କିନ୍ତୁ ଜଣେ ଜନ୍ମକଲା ପୁଅ ସାମାନ୍ୟ ଜମି ପାଇଁ ନିଜ ମାଆକୁ ହତ୍ୟା କରି ଯମ ପାଖକୁ ପଠାଇ ଦେଇଛି । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ସୀତାପୁରରେ । ଯେଉଁଠି ଜଣେ ପୁଅ ନିଜ ମାଆର ଗଳା କାଟି ନିର୍ମମ ଭାବେ ହତ୍ୟା କରିବା ସହ ମାଆର କଟା ମୁଣ୍ଡକୁ ଧରି ଫେରାର ହୋଇଯାଇଥିଲା । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ମିର୍ଜାପୁର ପୋଲିସ ଷ୍ଟେସନ ପରିସରରେ ରହୁଥିବା ହାର୍ଦ୍ଦିକଙ୍କ ପତ୍ନୀ କମଳା ଦେବୀ (୬୫) ଶନିବାର ସକାଳେ ଛେଳି ଚରାଇବାକୁ ଯାଇଥିଲେ ।

ଏହି ସମୟରେ ଜମି ବିବାଦକୁ ନେଇ ପ୍ରଥମ ସ୍ୱାମୀଙ୍କ ପୁଅ ଦୀନେଶ ଗୋଟିଏ ଖଣ୍ଡାରେ ତାଙ୍କୁ ଗଳା କାଟି ହତ୍ୟା କରିଥିଲା । କେବଳ ଏତିକି ନୁହେଁ ସେ ନିଜ ମାଆର ମୁଣ୍ଡ ଗଣ୍ଡି ଅଲଗା କରି କଟା ମୁଣ୍ଡକୁ ଧରି ଦୌଡି ପଳାଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅତିରିକ୍ତ ପୋଲିସ ଅଧିକ୍ଷକ ଦକ୍ଷିଣ ଏନପି ସିଂ, ଲାହରପୁର ସିଓ ଯାଦବେନ୍ଦ୍ର ଯାଦବ, ତଲାଗାଁ ଏସଏସଆଇ ସତୀଶ ଚନ୍ଦ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ ।

ତଦନ୍ତ ପରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରିବାକୁ କୁହାଯାଇଥିଲା । ପୋଲିସର ବହୁ ଉଦ୍ୟମ ପରେ ଅଭିଯୁକ୍ତ ପୁଅକୁ କଟା ମୁଣ୍ଡ ସହିତ ଗାଁ ବାହାରେ ଥିବା ଏକ ବଗିଚାରୁ ଗିରଫ କରାଯାଇଥିଲା । ମୃତକଙ୍କ ଦ୍ୱିତୀୟ ପୁତ୍ର କମଲେଶଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ ହୋଇଛି ବୋଲି ସିଓ ଯାଦବେନ୍ଦ୍ର ଯାଦବ କହିଛନ୍ତି । ମାତୃହନ୍ତା ପୁଅକୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking