30.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶଝିଅକୁ ଧରି କୂଅକୁ ଡ଼େଇଁଲା ମାଆ

ଝିଅକୁ ଧରି କୂଅକୁ ଡ଼େଇଁଲା ମାଆ

ମୁମ୍ବାଇ: ବାପା-ମା’ ପିଲାଙ୍କ ପାଇଁ ଅନେକ ସ୍ୱପ୍ନ ଦେଖନ୍ତି । ଭଲ ଶିକ୍ଷାଠାରୁ ଆରମ୍ଭ କରି ସବୁ ଜିନିଷ ଦେବାକୁ ପ୍ରାଣପଣେ ଚେଷ୍ଟା କରନ୍ତି । ହେଲେ ସେଥିରୁ ସବୁ ସ୍ୱପ୍ନ ପୂରଣ ହୋଇପାରେନି । କେତେବେଳେ ପରିସ୍ଥିତି ତ ଆଉ କେବେ ଅର୍ଥ ସାଜେ ବାଧକ । ତେବେ ଦୁଇପିଲାଙ୍କୁ ସିବିଏସଇ ସ୍କୁଲରେ ପଢାଇ ନପାରିବାରୁ ଝିଅ ସହ କୂଅକୁ ଡେଇଁ ଆତ୍ମହତ୍ୟା କରିଛି ମା’ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ନୀଲାଙ୍ଗା ତହସିଲର ମାଲେଗାଓଁରେ । ପୋଲିସର ସୂଚନା ଅନୁସାରେ, ଦୁଇଦିନ ତଳେ ଅରଦ ଶାହାଜାନି ପୋଲିସ ଷ୍ଟେସନରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ରିପୋର୍ଟ ପଞ୍ଜିକୃତ ହୋଇଥିଲା । ମୃତ ମହିଳା ହେଉଛନ୍ତି ଭାଗ୍ୟଶ୍ରୀ ଭେଙ୍କଟ ହାଲସେ ଏବଂ ନାବାଳିକା ଝିଅ ସମିକ୍ ଭେଙ୍କଟ ହାଲସେ । ପୋଲିସ କହିଛି ମହିଳା ଏବଂ ତାଙ୍କ ପାଞ୍ଚ ବର୍ଷର ଝିଅ କୂଅ ଭିତରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । କାରଣ ଟଙ୍କା ଅଭାବରୁ ମହିଳାଜଣକ ଦୁଇ ପିଲାଙ୍କୁ ସିବିଏସ୍‌ଇ ଅନୁବନ୍ଧିତ ସ୍କୁଲକୁ ପଠାଇବାକୁ ଅସମର୍ଥ ଥିଲେ । ମହିଳାଙ୍କ ସ୍ୱାମୀ ଦେଢଏକର ଜମିର ମାଲିକ । ତାଙ୍କ ପରିବାରର ଜୀବିକା ମୁଖ୍ୟତଃ ଛେଳି ପାଳିବା ଉପରେ ନିର୍ଭରଶୀଳ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ଭାଗ୍ୟଶ୍ରୀ ତାଙ୍କ ପୁଅ ଏବଂ ଝିଅକୁ ସିବିଏସ୍‌ଇ ଅନୁବନ୍ଧିତ ବିଦ୍ୟାଳୟକୁ ପଠାଇବାକୁ ଚାହୁଁଥିଲେ, ଯାହା ତାଙ୍କ ସ୍ୱାମୀଙ୍କ ସାମର୍ଥ୍ୟ ବାହାରେ ଥିଲା । ଏହି କାରଣରୁ ସେ ପ୍ରାୟତଃ ଦୁଃଖରେ ରହୁଥିଲେ । ଗତବର୍ଷ ଭାଗ୍ୟଶ୍ରୀଙ୍କ ମା’ଙ୍କ ଦେହାନ୍ତ ହେବା ପରେ ସେ ଅଧିକ ମାନସିକ ଚାପରେ ରହୁଥିଲେ ବୋଲି ପରିବାର ଲୋକ ପୋଲିସକୁ କହିଛନ୍ତି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଝିଅ ସହିତ ଏକ କୂଅ ନିକଟକୁ ଯାଇଥିଲେ । ସେଠାରୁ ସେ ତାଙ୍କ ସ୍ୱାମୀ ଭେଙ୍କଟ ହାଲସେଙ୍କୁ ଭିଡିଓ କଲ କରି ଶେଷ ଥର ପାଇଁ ଝିଅର ମୁହଁ ଦେଖିବାକୁ କହିଥିଲେ ଏବଂ ପରେ ଝିଅ ସହିତ କୂଅ ଭିତରକୁ ଡେଇଁପଡିଥିଲେ । ମହିଳା ଜଣକ ଘର ନିକଟରେ ଖେଳୁଥିବା ପୁଅକୁ ମଧ୍ୟ ତାଙ୍କ ସହିତ ନେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଯାଇନଥିଲା ବୋଲି ପୋଲିସକୁ ସୂଚନା ଦେଇଛନ୍ତି ପରିବାର ଲୋକ । ଏହାପରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଦୁଇ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ତେବେ ଘଟଣାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking