25.1 C
Bhubaneswar
Wednesday, February 11, 2026
Homeଓଡିଶାପୁଅକୁ ଗିରଫ କରିବା ପାଇଁ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଛି ମାଆ

ପୁଅକୁ ଗିରଫ କରିବା ପାଇଁ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଛି ମାଆ

କଟକ : ଶୁଣିଲେ ତ କିଭଳି ଛାତି ଫଟାଇ କାନ୍ଦୁଛି ଏଇ ମା’ ଜଣକ । ମାଆ ଆଖିରୁ ଶୁଖୁନି ଲୁହ । ଶୁଣି ହେଉନି ତାଙ୍କ କୋହ ଭରା କଣ୍ଠର ଏଇ ଦୁଃଖ କଥା । ବିବାହର ଦୀର୍ଘ ଦିନ ପରେ ଜନ୍ମ ହୋଇଥିଲା ପୁଅ ତେଣୁ ବାପା ମା’ଙ୍କ ପାଦ ଖୁସିରେ ତଳେ ଲାଗୁନଥିଲା । କିନ୍ତୁ ସେ କ’ଣ ଜାଣିଥିଲେ ଯେଉଁ ପୁଅ ପାଇଁ ଦିନ ରାତି ଭଗବାନଙ୍କୁ ପ୍ରାର୍ଥନା କରି ପାଇଥିଲେ ସେହି ତାଙ୍କୁ ଏ ଦିନ ଦେଖାଇବ ବାପା ମାଆଙ୍କ ସ୍ନେହ ଓ ପରିଶ୍ରମକୁ ଭୁଲି ଏଭଳି ଅତ୍ୟାଚାର କରିବ । କେମିତି ଏତେ ନିର୍ଦ୍ଦୟ ହୋଇପାରେ ଗୋଟିଏ ସନ୍ତାନ । ନିଜ ଜନ୍ମକଲା ବାପା ମା ସହ ଏମିତି କରିପାରେ । ଯୋଉ ପୁଅକୁ ମା’ ୧୦ ମାସ ଗର୍ଭରେ ଧରି ଜନ୍ମ ଦେଇଥିଲା ଆଜି ସେହି ପୁଅକୁ ଗିରଫ କରିବା ପାଇଁ କାନ୍ଦି କାନ୍ଦି ଆକୁଳ ନିବେଦନ କରୁଛି ମା’ । ଗାଈ କ୍ଷୀର ବିକ୍ରି କରି ପୁଅକୁ ଉଚ୍ଚ ଶିକ୍ଷା ପାଇଁ କଲେଜରେ ପାଠ ପଢାଇଥିଲେ ବାପା ମାଆ ।

ହେଲେ ପୁଅ ବଡ଼ ହୋଇଯିବା ପରେ ବୃଦ୍ଧ ବୟସରେ ମାଆ ବାପାଙ୍କୁ ମାଡ ମାରି ଘରୁ ବାହାରକୁ ତଡ଼ି ଦେଉଛି । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲାର ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁ ମନ୍ଦିର ସାହି ରେ ଦେଖିବାକୁ ମିଳିଛି । ଗୋପୀ ପ୍ରଧାନଙ୍କର ଗୋଟିଏ ପୁଅ ଯୋଗେଶ ପ୍ରଧାନ । ବୟସ ୨୬ବର୍ଷ ହେବ । ରାତି ପାହିଲେ ମାକୁ ଟଙ୍କା ମାଗେ ଟଙ୍କା ନ ଦେଲେ ଖାଇବାକୁ ମାଗେ । କେଉଁଠୁ ଆଣିବେ କହି ଚୁଡ଼ା ଖାଇବାକୁ ଦେବାରୁ ଚୁଡ଼ା ଫୋପାଡି ମା’କୁ ମାଡ ମାରେ । ପୁଅ ମାଡ଼ ଭୟରେ ଅନ୍ୟ ପିଣ୍ଡା ରେ ଯାଇ ବସେ ମା । ବୃଦ୍ଧ ବାପା ଚାଲି ପାରୁ ନ ଥିବା ବେଳେ ଯା କାମ କରି ଟଙ୍କା ଆଣେ ତାକୁ ବି ଛଡ଼ାଇ ନେଇଯାଏ ଆଉ ମାଡ଼ ମାରେ । ଯେଉଁ ବୟସ ରେ ବାପାକୁ ପୁଅ ରୋଜଗାର କରି ଆଣି ଦେବା କଥା, ଏଠି କିନ୍ତୁ ଓଲଟା ପୁଅ ଟଙ୍କା ପାଇଁ ବାପାଙ୍କୁ ମାଡ ମାରୁଛି । ସେ ମାଡ ମାରୁଥିବା ବେଳେ ଗ୍ରାମର ଯଦିଓ କେହି ପ୍ରତିବାଦ କରନ୍ତି ତାଙ୍କୁ ବି ଗାଳି ଗୁଲଜ କରେ ପୁଅ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking