33.1 C
Bhubaneswar
Friday, April 3, 2026
Homeଅପରାଧକାମୁକ ବାପର କଳାକାରନାମାକୁ ଧରିଲା ମାଆ; ଆଉ ତାପରେ..

କାମୁକ ବାପର କଳାକାରନାମାକୁ ଧରିଲା ମାଆ; ଆଉ ତାପରେ..

ଅହମ୍ମଦାବାଦ : ବାଡ଼ ଯେତେବେଳେ ଫସଲ ଖାଇବ, ଫସଲର କିଏ ହେବ ସାହା । ବାପା ହୋଇ ଯଦି ଝିଅକୁ ଦୁଷ୍କର୍ମ କରିବ ତାହେଲେ ସେ ଝିଅ କରିବ ବା କ’ଣ ? କାମୁକ ବାପାର କଳାକାରନାମାକୁ ମାଆ ଧରି ପକାଇଛି । ୬ ବର୍ଷୀୟା ସାବତ ଝିଅକୁ ଦୁଷ୍କର୍ମ କରି ବନ୍ଧା ହୋଇଛି ଅଭିଯୁକ୍ତ ବାପା । ଗୁଜୁରାଟର ଅହମ୍ମଦାବାଦରୁ ଆସିଛି ଏଭଳି ଏକ ଲଜ୍ଜାଜନକ ଖବର । ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପୀଡ଼ିତାଙ୍କ ମାଆ । ମିଳିଥିବା ଖବର ଅନୁସାରେ, ମହିଳା ଜଣକ ବାଲକୋନିରେ ଲୁଗା ସୁଖାଉଥିବାବେଳେ ଝିଅ ଏକା ଘରେ ଥିଲା । ଝିଅଟି ଘର ଭିତରେ ଶୋଇଥିବାବେଳେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା । ପ୍ରଥମେ ନାବାଳିକା ଜଣକ ଚିତ୍କାର କରିଥିଲା। ଆଉ ପରେ କୌଶଳ କରି ଦୌଡ଼ି ଆସି ମାଆ ଆଗରେ ସବୁ ସତ କହିଥିଲା ।

ମହିଳା ଜଣକ ପୁଲିସକୁ ଖବର ଦେଇଥିବାବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି । ନାବାଳିକାଙ୍କୁ ଏବେ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ମହିଳା ଜଣକ ଅଭିଯୁକ୍ତଙ୍କୁ ଦ୍ବିତୀୟ ବିବାହ କରିଥିଲେ । ସେ ପୂର୍ବରୁ ବିବାହ କରିଥିବାବେଳେ ସ୍ବାମୀଙ୍କ ସହ ଝଗଡ଼ା କାରଣରୁ ଛାଡ଼ପତ୍ର ହୋଇଥିଲା । ଯେଉଁ କାରଣରୁ ସେ ଦ୍ବିତୀୟ ବିବାହ କରିଥିଲେ । ନିଜ ଝିଅର ଦାୟିତ୍ବ ନେବେ ବୋଲି ପ୍ରଥମରୁ ପ୍ରତିଶୃତି ଦେଇଥିବା ଅଭିଯୁକ୍ତ ଶେଷରେ ନିଜ ଝିଅକୁ ମଧ୍ୟ ଛାଡ଼ିନାହିଁ । ତେବେ ଦ୍ବିତୀୟ ବିବାହ ହୋଇଥିବାବେଳେ ସେମାନଙ୍କର ମଧ୍ୟ ଗୋଟିଏ ତିନି ବର୍ଷର ଝିଅ ରହିଛି । କିନ୍ତୁ ସାବତ ଝିଅ ପ୍ରତି ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking