29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଗର୍ଭରେ ଥିବାବେଳେ ଝିଅର ନିଲାମ ଡ଼ାକିଲା ମାଆ

ଗର୍ଭରେ ଥିବାବେଳେ ଝିଅର ନିଲାମ ଡ଼ାକିଲା ମାଆ

ନୂଆଦିଲ୍ଲୀ: ଯିଏ ଏପର୍ଯ୍ୟନ୍ତ ଦୁନିଆରେ ପାଦ ରଖିନଥିଲା, ତାର ନିଲାମ କରାଗଲା। ପିଲାର ମୂଲ୍ୟ କେତେ ହେବ ତାହା ଗର୍ଭରେ ଥିବା ବେଳେ ସ୍ଥିର ହୋଇଥିଲା। ଏହି ଚୁକ୍ତି କାହା ସହିତ ନୁହେଁ, ବରଂ ସାତ ଜଣ ଦମ୍ପତିଙ୍କ ସହ ଅନଲାଇନରେ ହୋଇଥିଲା। ସର୍ତ୍ତ ଥିଲା ଯେ, ଯିଏ ସବୁଠାରୁ ଅଧିକ ବିଡ୍ କରିବ ତାଙ୍କୁ ସନ୍ତାନ ମିଳିବ। ଦୁନିଆର ଶୀର୍ଷରେ ଥିବା ମା’ଙ୍କ ସ୍ଥିତିକୁ ମଧ୍ୟ ଲଜ୍ଜିତ କରିଛନ୍ତି ଏହି ମହିଳା । ସୌଭାଗ୍ୟବଶତଃ ଶେଷ ମୁହୂର୍ତ୍ତରେ ପୁଲିସକୁ ତାଙ୍କ ଏପରି କାମକୁ ଦେଖି ଝଟକା ଲାଗିଥିଲା ଏବଂ ଏବେ ଏହି କଳଙ୍କିନି ମା’ ଜେଲ୍ ରେ ଅଛନ୍ତି। ମହିଳାଙ୍କ ଜଣେ ସମ୍ପର୍କୀୟ ଠିକ୍ ସମୟରେ ପୁଲିସକୁ ଖବର ଦେବା ପରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା।

ପୁଲିସ ଗିରଫ ହେବା ପରେ ଏହି ମହିଳା ନିଜ ଅପରାଧ ସ୍ୱୀକାର କରିବା ସହ ପୂରା କାହାଣୀ କହିଥିଲେ। ପ୍ରସବ ଆରମ୍ଭ ହେବା ପୂର୍ବରୁ ୨୧ ବର୍ଷୀୟ ମହିଳା ଅନେକ ଲୋକଙ୍କ ସହ ଅନଲାଇନରେ ଚାଟିଂ ଆରମ୍ଭ କରିଥିଲେ ଏବଂ ଶିଶୁ ପାଇଁ ଅଗ୍ରୀମ ଭାବରେ ୧୫୦ ଡଲାର (ପାଖାପାଖି ୧୨,୦୦୦ ଟଙ୍କା) ମାଗିଥିଲେ। ମହିଳା ଜଣକ ନିଲାମରେ ସର୍ତ୍ତ ରଖିଥିଲେ ଯେ ସେ ତାଙ୍କ ଝିଅକୁ କେବଳ ସର୍ବୋଚ୍ଚ ନିଲାମକାରୀଙ୍କୁ ଦେବେ। ମହିଳାଙ୍କ ସମ୍ପର୍କୀୟ ପୋଲିସକୁ କହିଛନ୍ତି ଯେ ସେ ଦିନେ ତାଙ୍କୁ ପଚାରିଥିଲେ ଯେ ଶିଶୁଟିକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁଥିବା କାହା ବିଷୟରେ ସେ ଜାଣନ୍ତି କି? ପିଲାଟି ଅନାଥ ଆଶ୍ରମକୁ ଯିବାକୁ ଚାହୁଁ ନ ଥିବାରୁ ସମ୍ପର୍କୀୟ ତାଙ୍କୁ ସାହାଯ୍ୟ କରିବାକୁ ରାଜି ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking