21.1 C
Bhubaneswar
Saturday, February 14, 2026
Homeଅପରାଧଦୁର୍ବୃତ୍ତ ଲୁଟି ନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍

ଦୁର୍ବୃତ୍ତ ଲୁଟି ନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍

ବ୍ରହ୍ମପୁର : ବ୍ୟବସାୟୀଙ୍କ ଠାରୁ ଅଳଙ୍କାର ବ୍ୟାଗ୍ ଲୁଟି ନେଲେ ଦୁର୍ବୃତ୍ତ। ଚମାଖଣ୍ଡି ଥାନା ନରେନ୍ଦ୍ରପୁର ଛକରେ ଏହି ଲୁଟ୍ ହୋଇଥିବା ଘଟଣା ବୁଧବାର ସାମ୍ନାକୁ ଆସିଛି। ଲୁଟ୍ ସୁନା ଓ ରୁପା ଅଳଙ୍କାର ମୂଲ୍ୟ ପ୍ରାୟ ୭ ଲକ୍ଷ ହେବ। ବାଇକ ରଖି ଜଳଖିଆ ଦୋକାନରେ ଖାଉଥିବା ବେଳେ ବ୍ୟବସାୟୀ ଜଣକ ଲୁଟର ଶିକାର ହୋଇଛନ୍ତି। ସୂଚନାନୁଯାୟୀ, ବ୍ୟବସାୟୀ ଜଣକ ନିଜ ସ୍କୁଟିରେ ଏକ ବ୍ୟାଗରେ ପ୍ରାୟ ୧୫ କେଜି ରୁପା, ସୁନା ୧୫୦ ଗ୍ରାମ ଧରି ଦୋକାନକୁ ନେଉଥିଲେ। ନରେନ୍ଦ୍ରପୁର ଗ୍ରାମ ନିକଟସ୍ଥ କୁଶସ୍ଥଳୀ ଛକ ଠାରେ ଅଳଙ୍କାର ବ୍ୟାଗକୁ ସ୍କୁଟରେ ରଖି ଜଳଖିଆ ଖାଇବାକୁ ଯିବା ସମୟରେ ହଠାତ୍ ଦୁଇ ଜଣ ଯୁବକ ଏକ ବାଇକରେ ଆସି ସ୍କୁଟିରୁ ଅଳଙ୍କାର ବ୍ୟାଗ ଲୁଟ୍ କରି ଚମ୍ପଟ ମାରି ଥିଲେ। ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ଅଞ୍ଚଳରେ ଥିବା ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking