19.1 C
Bhubaneswar
Thursday, February 12, 2026
Homeଓଡିଶାଯୁବା ସଙ୍ଗମ ପର୍ଯ୍ୟାୟ ୫ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପଞ୍ଜିକରଣ ଅବଧି ୨୫ ପର୍ଯ୍ୟନ୍ତ ବୃଦ୍ଧି...

ଯୁବା ସଙ୍ଗମ ପର୍ଯ୍ୟାୟ ୫ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପଞ୍ଜିକରଣ ଅବଧି ୨୫ ପର୍ଯ୍ୟନ୍ତ ବୃଦ୍ଧି କଲା

ଭୁବନେଶ୍ୱର: ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଯୁବା ସଙ୍ଗମ ପର୍ଯ୍ୟାୟ ୫ର ଅନନ୍ୟ ଅନୁଭୂତି ନେବାକୁ ଆଗ୍ରହୀ ସମସ୍ତ ଆବେଦନକାରୀଙ୍କୁ ସ୍ଥାନ ଦେବା ନିମନ୍ତେ ଏଥିପାଇଁ ପଞ୍ଜିକରଣ ଅବଧିକୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ଛାତ୍ର ଛାତ୍ରୀ ଓ ବୃତ୍ତିଧାରୀଙ୍କ ସମେତ ଅଧିକ ସଂଖ୍ୟକ ଯୁବବର୍ଗଙ୍କୁ ସେମାନଙ୍କ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଜଣେ ଜଣେ ପ୍ରତିନିଧି ହେବାକୁ ଏହା ବିରଳ ସୁଯୋଗ ପ୍ରଦାନ କରୁଛି। ପଞ୍ଜିକରଣ ନିମନ୍ତେ ପୂର୍ବର ଅବଧି ଶେଷ ହେବାକୁ ଯାଉଥିବାବେଳେ ଉତ୍ସର୍ଗୀକୃତ ପଞ୍ଜିକରଣ ପୋର୍ଟାଲରେ ପରିଦର୍ଶକଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି ପରିଲକ୍ଷିତ ହେଉଛି।

ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଆରମ୍ଭ କରାଯାଇଥିବା ଏହି ସଫଳ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଭାରତର ବିବିଧ ଭୌଗୋଳିକ ଅଞ୍ଚଳରୁ ୧୮ରୁ ୩୦ ବର୍ଷ ବୟସର ଯୁବବର୍ଗଙ୍କ ମଧ୍ୟରେ ନିୟୋଜନତା ଏବଂ ସହଭାଗୀତାକୁ ସୁଗମ କରାଉଛି। ଏହି କାର୍ଯ୍ୟକ୍ରମ ସମ୍ପ୍ରତି ପଞ୍ଚମ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଏହା ୧୧୪ଟି ଟୁର୍ ଜରିଆରେ ସମଗ୍ର ଭାରତରେ ୪,୭୯୫ ଜଣ ଯୁବବର୍ଗଙ୍କ ପାଇଁ ବିବିଧ ସାଂସ୍କୃତିକ ଶିକ୍ଷଣ ଏବଂ ଭାବ ବିନିମୟକୁ ସୁଗମ କରାଇଛି। ଏଥିପାଇଁ ପଞ୍ଜିକରଣ ପୂର୍ବରୁ ଅକ୍ଟୋବର ୨୧ ରେ ବନ୍ଦ ହେବା ସ୍ଥିରୀକୃତ ହୋଇଥିବାବେଳେ ସମ୍ପ୍ରତି ତାହା ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଶିକ୍ଷା ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking