ଭୁବନେଶ୍ୱର : ରାଜଧାନୀର ମୁକୁଳା ଡ୍ରେନର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ । ପ୍ରବାସୀ ଭାରତୀୟ ଦିବସ ପୂର୍ୱରୁ ରାଜଧାନୀର ବିଭିନ୍ନ ଡ୍ରେନ ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଭୁବନଶ୍ୱେର ୟୁନିଟ ୪ ଏବଂ ଏକାମ୍ର ଅଞ୍ଚଳକୁ ଯାଇ ସ୍ଥିତି ପରଖିଛନ୍ତି ମନ୍ତ୍ରୀଙ୍କ ସହିତ ବିଭାଗୀୟ ଅଧିକାରୀ ଏବଂ ବିଏମସିର କର୍ମଚାରୀ ଉପସ୍ଥିତ ରହିଛନ୍ତି । ଆସନ୍ତା ୮ ରୁ ୧୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବ ପ୍ରବାସୀ ଭାରତୀୟ ଦିବସ ।