24.1 C
Bhubaneswar
Monday, February 9, 2026
Homeଓଡିଶାପ୍ରମିଳାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ

ପ୍ରମିଳାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ମାନ୍ୟବର ବିଧାୟିକା  ଶ୍ରୀମତି ପ୍ରମିଳା ମଲ୍ଲିକ  ଓ ମାନ୍ୟବର ବିଧାୟକ  ଶ୍ରୀ ପ୍ରତାପ କେଶରୀ  ଦେବଙ୍କ ଦ୍ୱାରା   ଆଗତ ମୁଲତବି ପ୍ରସ୍ତାବ ମହଙ୍ଗା ମାଡରେ  ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି ।  ନିତ୍ୟ ବ୍ୟବହାଯ୍ୟ ଦ୍ରବ୍ୟର  ମୂଲ୍ୟ ବୃଦ୍ଧି  ରୋକିବାରେ ସରକାର ବିଫଳ  ହୋଇଛନ୍ତି , ଏହାର ଉତ୍ତର  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି,  ରାଜ୍ୟରେ ଆବଶ୍ୟକ ହେଉଥିବା   ନିତ୍ୟ ବ୍ୟବହାଯ୍ୟ ଦ୍ରବ୍ୟ  ରାଜ୍ୟର ଆଭ୍ୟନ୍ତୀକରଣ  ଉତ୍ପାଦନ ବ୍ୟତୀତ  ପଡୋଶୀ ରାଜ୍ୟ ମାନଙ୍କ ଟଆରୁ  ଆମଦାନୀ  କରାଯାଇ  ରାଜ୍ୟ ବାସୀଙ୍କ ଚାହିଦା ପୂରଣ କରାଯାଏ । ଚଳିତ ବର୍ଷ ଚାଉଳ, ଚିନ. ଗୁଡ , ଆଳୁ ଆଦିର  ମୂଲ୍ୟ ପ୍ରାୟତଃ ସ୍ଥିର ରହିଥିବା ସ୍ଥଳେ ବିଭିନ୍ନ ପ୍ରକାର  ଡାଲି , ମୁଗ, ହରଡ ଆଦିର ମୂଲ୍ୟ ଗତ ବର୍ଷ ତୁଳନାରେ  ହ୍ରାସ ଘଟିଛି ।  ଉପରୋକ୍ତ ତଥ୍ୟକୁ ଲକ୍ଷ୍ୟ ରଖି  ରାଜ୍ୟବାସୀ କିପରି  ସୁଲଭ ମୂଲ୍ୟରେ  ନିତ୍ୟ ବ୍ୟବହାଯ୍ୟ ସାମଗ୍ରୀ ପାଇପାରିବେ , ସେଥିପାଇଁ  ସରକାର  ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିଛନ୍ତି ।ଗହମ ତଥା ଗହମ ଜାତୀୟ ଦ୍ରବ୍ୟ , ଆଳୁ , ପିଆଜ ,  ଡାଲି ଓ ତେଲର ଗଚ୍ଛିତ ପରିମାଣ ତଦାରଖ ପାଇଁ  ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ଉତ୍ପାଦ ସାମଗ୍ରୀର ସୁଷମ ବଣ୍ଟନ ତଥା ବଳକଆ ସାମଗ୍ରୀକୁ  ଗଚ୍ଛିତ ରଖିବା ପାଇଁ   ଜିଲ୍ଲା ସ୍ତରରେ ମଣ୍ଡି ତଥା  ଶୀତଳ ଭଣ୍ଡାର ସ୍ଥାପନ  ନିମନ୍ତେ ସରକାର ବିଚାର କରୁଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ  ସ୍ଥାନୀୟ ବ୍ୟବସାୟୀମାନଙ୍କର ବୈଠକ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଆବଶ୍ୟକ ଦ୍ରବ୍ୟ ଯଥା ଡାଲି , ତେଲ , ଆଳୁ , ପିଆଜ ମୂଲ୍ୟ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷର ୧୩୩ ଜଣ ଖିଲାପକାରୀ ବ୍ୟବସାୟୀଙ୍କ ଠାରୁ  ୧୬୩୫୦୦ ଟଙ୍କା ଜରିମାନା  ଆଦାୟ କରାଯାଇଥିବା ସ୍ଥଳେ ୨୫ ଜଣ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking