18.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଦୁର୍ଘଟଣା ପରେ ଜଳିଗଲା ମିଗ୍‌-୨୯ ଯୁଦ୍ଧ ବିମାନ

ଦୁର୍ଘଟଣା ପରେ ଜଳିଗଲା ମିଗ୍‌-୨୯ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ବାୟୁସେନାର ଏକ ଲଢ଼ୁଆ ଯୁଦ୍ଧ ବିମାନ ମିଗ୍‌-୨୯ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଗ୍ରାର ସୋନ୍‌ଗାଁ ନିକଟସ୍ଥ ଏକ ଜଳସେଚିତ ଜମିରେ ବିମାନଟି ଖସିପଡ଼ିବା ପରେ ଜଳିଯାଇଛି। ପାଇଲଟ୍‌ଜଣକ ବିମାନ କ୍ରାସ୍ କରିବା ପୂର୍ବରୁ ହିଁ ଉପସ୍ଥିତ ବୁଦ୍ଧି ବଳରେ ଅଳ୍ପକେ ସୁରକ୍ଷିତ ବର୍ତ୍ତିଯାଇଛନ୍ତି। ତେବେ କିପରି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନଥିଲେ ମଧ୍ୟ ବାୟୁସେନା ପକ୍ଷରୁ ଘଟଣାର ତଦନ୍ତ ଆରମଭ ହୋଇଛି। ରିପୋର୍ଟ ଅନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ମିଗ୍‌-୨୯ ଯୁଦ୍ଧ ବିମାନଟି ନିୟମିତ ଅଭ୍ୟାସ ପାଇଁ ପଞ୍ଜାବର ଆଦମପୁରଠାରୁ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି ଆଗ୍ରା ଅଭିମୁଖେ ଆସିଥିଲା। କିନ୍ତୁ ଆଗ୍ରାରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁର୍ଘଟଣା ପୂର୍ବରୁ ପାଇଲ୍‌ଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଆସିଥିଲେ। ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଏନ୍‌କ୍ୱାରୀ ଆଦେଶ ଦିଆଯାଇଛି। ଭାଇରାଲ୍ ଭିଡିଓରେ ବିମାନଟି ଜଳୁଥିବା ବେଳେ ଲୋକମାନେ ଏହା ଠାରୁ ବେଶ ଦୂରରେ ଛିଡ଼ା ହୋଇ ଦେଖୁଥିବାର ଦେଖିବାକୁ ମିଳିଛି। ପ୍ରକାଶ, ଗତ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ କୌଣସି ମିଗ -୨୯ ବିମାନ କ୍ରାଶ ହୋଇଛି। ସେପ୍ଟେମ୍ବରରେ ମଧ୍ୟ ରାଜସ୍ଥାନର ବାରମେରରେ ଏକ ମିଗ୍ ୨୯ ବିମାନ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା ଓ କ୍ରାଶ କରିଯାଇଥିଲା। ତେବେ ଏହା ମଧ୍ୟରେ ଥିବା ପାଇଲଟ ସୁରକ୍ଷିତ ଭାବେ ବାହାରି ଆସିବାକୁ ସକ୍ଷମ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking