ଭୁବନେଶ୍ୱର: ରାଜ୍ୟରେ ଆଉ ପଡୁନି ଶୀତର ପ୍ରଭାବ । ରାତିରେ ତାପମାତ୍ରା କମୁଥିବା ବେଳେ ଦିନରେ ତାପମାତ୍ରା ବୃଦ୍ଧି ପାଉଛି । ତେବେ ଭୋର ସମୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଦିନସାରା ବସନ୍ତ ଋତୁର ପବନ ନିଆରା ଅନୁଭବ ଦେଉଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ପାରଦ ଏବେ ଉପରମୁହାଁ ହୋଇଛି । ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି । ସେହିପରି ଆଗାମୀ ୫ ଦିନ ଅର୍ଥାତ ୨୪ ତାରିଖ ଯାଏଁ ରାଜ୍ୟର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବା ନେଇ ଆକଳନ କରାଯାଉଛି ।










