30.1 C
Bhubaneswar
Saturday, June 29, 2024
Homeଓଡିଶାଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ଘେରିଲା ଗଣସଂଗଠନ

ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ଥାନା ଘେରିଲା ଗଣସଂଗଠନ

ଯାଜପୁର : ଜଣେ ଦଳିତ ବର୍ଗର ସରକାରି ଆଇନଜୀବି ଙ୍କୁ ଆକ୍ରମଣ ହେବାର ନ ଦିନ ବିତିଛି ହେଲେ ଆକ୍ରମଣ କାରିକୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି।  ଯାହାକୁ ନେଇ ଗଣସଙ୍ଗଠନ ଗୁଡିକ ପକ୍ଷରୁ କଳିଙ୍ଗନଗର ଥାନା ଘେରାଉ କରି ପ୍ରତିବାଦ କରି ପୋଲିସ ର ପକ୍ଷପାତିତା ନିତି କୁ କଡା ସମାଲୋଚନା କରି ଦୁର୍ବାର ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଛି।  ସୂଚନାଯୋଗ୍ୟ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ବାରାଗାଡ଼ିଆ ଙ୍ଗା ର ପ୍ରହଲ୍ଲାଦ ମଲ୍ଲିକ ଙ୍କୁ ଆକ୍ରମଣକରିଥିବା ବ୍ୟକ୍ତିବିଶେଷ ତଥା ବାରାଗାଡ଼ିଆ ଙ୍ଗାର ମନୋଜ ଦାସ (ଟୂବୁଲୁ ) ଶୁଭମ ଦେଓ, (ଗୁଡ଼ୁ )ମନରଞ୍ଜନ ଦେଓ, ଜ୍ଞାନ ରଞ୍ଜନ ଦେଓ, ବିଶ୍ୱଜିତ ନାୟକ, ସୁନୀଲ ଦେଓ, ବାପି ନାୟକ, ଚିକୁ ଦେଓ, ଜୀବନଜୋତି ଦେଓ ପ୍ରମୁଖ ଙ୍କୁ ପୋଲିସ ଗିରଫ କରିବାରେ ଟାଳ ଟୁଳ ନିତି ଅଵଲମ୍ବନ କରିବାକୁ ନେଇ ଭୀମ ଆର୍ମି ଯାଜପୁର , ମୁଳ ନିବାସୀ ଉନାଇଟେଡ଼ ଫୋରମ ଯାଜପୁର ଆମ୍ବେଦକର ଫାଉଣ୍ଡେସନ ଧର୍ମଶାଳା , ଦଳିତ ମଞ୍ଚ ସୁକିନ୍ଦା,ଆମ୍ବେଦକର ସେବା ସଙ୍ଘ ଢେଙ୍କାନାଳ, ସିଭିଲ ସୋସାଇଟି ଫୋରମ ଯାଜପୁର ର ମିଳିତ ଉଦ୍ୟମ ରେ ବାରାଗାଡ଼ିଆ ଦଳିତ ସାହି ଠାରୁ ଏକ ଶୋ ଭାଯାତ୍ରା ବାହାରିଥିଲା।  ଉକ୍ତ ସଭାଯାତ୍ରା ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା ମଧ୍ୟ ଯୋଗଦେଇଥିଲେ।  ପରେ ସମସ୍ତ ଗଣସଂଗଠନ ସଭାଯାତ୍ରା ରେ ଯାଇ କଳିଙ୍ଗନଗର ଥାନା ଘେରିଥିଲେ।  ପୋଲିସ ଗେଟ ରେ ଚାବି ପକାଇ ଆନ୍ଦୋଳନକାରିଙ୍କୁ ଥାନା ଭିତରକୁ ପ୍ରବେଶ କରେଇ ନଦେବାରୁ ପୋଲିସ ଓ ଆନ୍ଦଳନକାରିଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।  ଦୀର୍ଘ ସମୟ ପରେ ଅତିରିକ୍ତ ଏସପି କଳିଙ୍ଗନଗର ହସ୍ତକ୍ଷେପ କରି ଗେଟ ଖୋଲିବା ପରେ ଉର୍ତ୍ତେଜନା ଥମିଥିଲା। ପରେ ଥାନା ପରିସର ରେ ଆନ୍ଦଳନ କାରିଙ୍କ ପକ୍ଷରୁ ସିଭିଲ ସୋସାଇଟି ଫୋରମ ଯାଜପୁର ର ସମ୍ପାଦକ ତଥା ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ର ଙ୍କ ସଭାପତିତ୍ୱ ରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିବାଦ ସଭା ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ଭୀମ ଆର୍ମିର ଭୈରବ ବେହେରା, ତରଣୀ ସେନ ମଲିକ, ରଂଜିତ ଜାମୁଦା,ମୁଳନିବାସୀ ଉନାଇଟେଡ଼ ଫୋରମ ଯାଜପୁର ପକ୍ଷରୁ ମନରଞ୍ଜନ ଜେନା, ସହଦେବ ଜେନା, ଗୀତାଞ୍ଜଳି ଜେନା, ପ୍ରଭାତ ମଲ୍ଲିକ, ସମତା ପରିଷଦ ଯାଜପୁର ର କାଳନ୍ଦୀ ମଲ୍ଲିକ, ଆମ୍ବେଦକର ଫାଉଣ୍ଡେସନ ଧର୍ମଶାଳା ର କାର୍ତ୍ତିକ ମଲ୍ଲିକ, ସୁରେନ୍ଦ୍ର ମଲ୍ଲିକ,ପଙ୍କଜ ମଲ୍ଲିକ, ଆଇନଜୀବି ପ୍ରଦ୍ୟୁମ୍ନ ନାଏକ, ସୁପ୍ରଭା ମଲିକ ଙ୍କ ସହ ବହୁ ବ୍ୟକ୍ତି ପୋଲିସ ର ମୌନ ବ୍ରତ ନିତି କୁ ଭର୍ଚ୍ଛନା କରି ଯାଜପୁର ଏସପି ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।  ପରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କଳିଙ୍ଗନଗର,ଆଇଆଇସି କଳିଙ୍ଗନଗର ଙ୍କ ସହ ଗଣସଂଗଠନ ନେତୃବର୍ଗ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।  ଉକ୍ତ ବୈଠକ ରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ବ୍ୟକ୍ତି ବିଶେଷ ଙ୍କ ବିରୁଧରେ ପୋଲିସ 107 ସହ ଅଭ୍ୟାସଗତ ଅପରାଧୀ ଙ୍କୁ 110 ଲଗାଇ ତିନିଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇ ପୋଲିସ ପକ୍ଷରୁ ପ୍ରତିଶୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking