29.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଲିଭ୍‌-ଇନ୍‌ରେ ରହୁଥିଲେ ବିବାହିତ ପୋଲିସ ଅଧିକାରୀ, ହାଇକୋର୍ଟ କହିଲେ

ଲିଭ୍‌-ଇନ୍‌ରେ ରହୁଥିଲେ ବିବାହିତ ପୋଲିସ ଅଧିକାରୀ, ହାଇକୋର୍ଟ କହିଲେ

ରାଞ୍ଚି : ଝାଡ଼ଖଣ୍ଡ ହାଇକୋର୍ଟ ସେବା ନିୟମକୁ ନେଇ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ବିବାହିତ ପୋଲିସ ଅଧିକାରୀଙ୍କ ଲିଭ୍‌-ଇନ୍ ରିଲେସନ୍‌ସିପ୍ ମାମଲାକୁ ନେଇ କୋର୍ଟ କହିଛନ୍ତି ଏହା ଜଣେ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ନିଷ୍ପତ୍ତିକୁ ରଦ୍ଦ କରିବାର ଆଧାର ନୁହେଁ । ଘଟଣା ଅନୁସାରେ ପୋଲିସ ଅଧିକାରୀଙ୍କ ବିରୋଧରେ ତାଙ୍କ ମହିଳା ପାର୍ଟନର ବଳତ୍କାର ମାମଲା ରୁଜୁ କରିଥିଲେ ।

ଏହାକୁ ନେଇ ପୋଲିସ୍ ଅଧିକାରୀଙ୍କୁ ବରଖାସ୍ତ କରିଦିଆଯାଇଥିଲା । କୋର୍ଟ ଏହି ମାମଲାର ବିଚାର କରି କହିଛନ୍ତି ଯେ ଲିଭ୍‌-ଇନ୍ ପାର୍ଟନରଙ୍କ ଦ୍ୱାରା ଦାଏର ମାମଲା ଜଣେ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୁକ୍ତି ଯୁକ୍ତ । ଅଭିଯୁକ୍ତ ଜଣେ କନଷ୍ଟେବଳ । ତାଙ୍କ ଓକିଲ କୋର୍ଟରେ ଏନେଇ କହିଛନ୍ତି ଯେ, ଝାଡ଼ଖଣ୍ଡ ସେବା ନିୟମ ଅନୁସାରେ ଜଣେ ସରକାରୀ ଅଧିକାରୀ ଏକରୁ ଅଧିକ ବିବାହ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ହେଲେ ସେ କେବଳ ଲିଭ୍‌-ଇନ୍‌ରେ ରହୁଥିଲେ । ଅନ୍ୟପକ୍ଷରେ ସରକାରୀ ଓକିଲ କହିଛନ୍ତି ଯେ ଅଧିକାରୀ ଜଣକ ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟଜଣେ ଯୁବତୀଙ୍କ ସହ ରହୁଥିଲେ । ତେଣୁ ତାଙ୍କ ବରଖାସ୍ତ ଯୁକ୍ତିଯୁକ୍ତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking