35.2 C
Bhubaneswar
Wednesday, April 8, 2026
Homeଓଡିଶାଆତ୍ମସମର୍ପଣ କଲେ ମାଓ ଦମ୍ପତି

ଆତ୍ମସମର୍ପଣ କଲେ ମାଓ ଦମ୍ପତି

ମାଲକାନଗିରି: ସୀମାନ୍ତ ଛତିଶଗଡର ଧମତରୀ ପୁଲିସକୁ ମିଳିଛି ପୁଣି ଏକ ସଫଲତା। ଦୁଇ ଜଣ ହାର୍ଡକୋର ମାଓବାଦୀ ଶୁକ୍ରବାର ଦିନ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଆଜି ପୁଣି ସରକାରଙ୍କର ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ପୁରସ୍କାର ଘୋଷିତ ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଆଜି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଅଞ୍ଜନେୟ ବୈଷ୍ଣବଙ୍କ ସମ୍ମୁଖରେ ଏହି ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ମାଓ ସଂଗଠନର ଆଗଧାଡିର ନେତା ଟିକେଶ ଓରଫ ଟିକେଶ୍ବର ବଟ୍ଟି ଏବଂ ତାଂକ ପତ୍ନୀ ପ୍ରମିଳା ଓରଫ ଗଣେଶୀ। ଟିକେସ ଗତ ୨୦୦୯ ମସିହାରେ ମାଓ ସଂଗଠନରେ ଜଡିତ ହୋଇଥିଲା। ଟିକେ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସେହିପରି ପ୍ରମିଳା ମଧ୍ୟ ୨୦୦୯ରେ ମାଓ ସଂଗଠନରେ ସାମିଲ ହୋଇ ଆଗଧାଡିର ନେତ୍ରୀ ବନିଥିଲା। ତାଂକ ନାମରେ ମଧ୍ୟ ସରକାର ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏହି ଦମ୍ପତି ବିଭିନ୍ନ ମାଓ ଡିଭିଜନରେ ସାମିଲ ହୋଇ କାମ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking