28.1 C
Bhubaneswar
Friday, April 3, 2026
Homeଅପରାଧମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ; ମଦ ପାଇଁ ପଇସା ନଦେବାରୁ ମା'କୁ ଫାର୍ସାରେ ହାଣି ହତ୍ୟା

ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ; ମଦ ପାଇଁ ପଇସା ନଦେବାରୁ ମା’କୁ ଫାର୍ସାରେ ହାଣି ହତ୍ୟା

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ରାଇତୈଲା ଗ୍ରାମରେ ମଦ୍ୟପ ପୁଅ ଘଟାଇଛି ଜଘନ୍ୟ କାଣ୍ଡ। ମଦ ପାଇଁ ପଇସା ନ ଦେବାରୁ ମା’କୁ ହତ୍ୟା କରିଛି ପୁଅ। ଏହି ହତ୍ୟାକାଣ୍ଡ ଖବର ପାଇ ଘଟଣା ସ୍ଥଳରେ ଗଁନ୍ଦିଆ ପୁଲିସ ପହଞ୍ôଚ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତ ଲଗା ଫାର୍ସା କୁ ପୁଲିସ ଜବତ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ। ମୃତା ମହିଳା ଜଣଙ୍କ ରାଇତୈଲା ଗ୍ରାମର ଟିକିଲି ନାୟକ। ଟିକିଲି ନାୟକ ନିଜ ଘରେ ଥିବା ବେଳେ ଆଜି ସନ୍ଧ୍ୟାରେ ତାଙ୍କ ପୁଅ ଗଣେଶ ନାୟକ ଘରେ ପହଞ୍ôଚ ମଦ ପିଇବା ପାଇଁ ମା’କୁ ପଇସା ମାଗିଥିଲା। ଟିକିଲି ପୁଅକୁ ପଇସା ନଦେବାରୁ ଉଭୟ ମା ଓ ପୁଅ ମଧ୍ୟରେ କିଛି ସମୟ ଧରି ବଚସା ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗଣେଶ ଏକ ଫାର୍ସାରେ ମା’ ଟିକିଲିକୁ ହାଣି ଦେଇଥିଲା। ଘଟଣାସ୍ଥଳରେ ଟିକିଲିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବରପାଇ ଗଁଦିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking