31.1 C
Bhubaneswar
Saturday, September 14, 2024
Homeଅପରାଧପ୍ରେମିକା ପାଇଁ ଦାଦାଙ୍କ ଉପରେ ଏଭଳି ପ୍ରତିଶୋଧ ନେଲା ପ୍ରେମିକ

ପ୍ରେମିକା ପାଇଁ ଦାଦାଙ୍କ ଉପରେ ଏଭଳି ପ୍ରତିଶୋଧ ନେଲା ପ୍ରେମିକ

ଭୁବନେଶ୍ୱର: ପ୍ରେମ ପାଇଁ ଜଣେ ନାବାଳକ ହତ୍ୟାକାରୀ ସାଜିଛନ୍ତି । ପ୍ରେମିକାଙ୍କ ଦାଦା ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ଦେବା ପରେ ନାବାଳକ ପ୍ରେମିକଙ୍କ ମନରେ କ୍ରୋଧ ସୃଷ୍ଟି ହୋଇଥିଲା । ପ୍ରେମିକାଙ୍କ ଦାଦାଙ୍କୁ ରାସ୍ତାରୁ ହଟାଇବାକୁ ଚିନ୍ତା କରିବା ଆରମ୍ଭ କରିଥିଲେ । ରାତି ଅଧରେ ବାଇକ୍‌ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ୧୭ ବର୍ଷ ବୟସ୍କ ନାବାଳକ ପ୍ରେମିକ ଚୋଟ ପକାଇଥିଲେ । ଦାଦାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ଯାଇଥିଲା । ବୁଧବାର-ଗୁରୁବାର ରାତି ଅଧରେ ରାଜଧାନୀ ଭୁବନେଶ୍ୱରରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି ।

ଖଣ୍ଡିଗିରି ଥାନା ଜଗନ୍ନାଥନଗର ଶୁକବିହାର ଅଞ୍ଚଳରେ ଏଭଳି ଲୋମଟାଙ୍କୁରା ଅପରାଧ ଘଟିଛି । ମୃତକ ହେଉଛନ୍ତି ଜଗା ମଲ୍ଲିକ । ଏନେଇ ଖଣ୍ଡିଗିରି ଥାନାରେ ମାମଲା ରୁଜୁ ହୋଇଛି । ଜଗାଙ୍କ ଝିଆରୀଙ୍କ ସହ ଶୁକବିହାରର ଯୁକ୍ତ-୨ର ଛାତ୍ରଙ୍କର ପ୍ରେମ ସମ୍ପର୍କ ଥିଲା । ଏହି ଘଟଣାକୁ ଜଗା ବିରୋଧ କରୁଥିଲେ । ନାବାଳକଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ରାସ୍ତା ଉପରେ ଜଗାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଖଣ୍ଡଗିରି ପୁଲିସକୁ ଖବର ଦେଇଥିଲେ । ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ପ୍ରାୟ ୨ ଘଣ୍ଟା ପରେ ପୁଲିସ ଅଭିଯୁକ୍ତ ନାବାଳକଙ୍କୁ ଧରିବା ପରେ ଥାନାରେ ଅଟକ ରଖିଛି । ଏଥିସହ ଘଟଣା ସମ୍ପର୍କରେ ତାଙ୍କୁ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି । ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ରାଜଧାନୀ ଭୁବନେଶ୍ୱରରେ କୋକୁଆ ଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking