33.1 C
Bhubaneswar
Saturday, October 5, 2024
Homeଓଡିଶାନଦୀରେ ବୁଡ଼ି ଚାଲିଗଲା ୨ ଛାତ୍ରଙ୍କ ଜୀବନ

ନଦୀରେ ବୁଡ଼ି ଚାଲିଗଲା ୨ ଛାତ୍ରଙ୍କ ଜୀବନ

କଟକ : ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ଦୁଇ ଛାତ୍ର । ଶୁକ୍ରବାର ଜଣଙ୍କର ମୃତଦେହ ମିଳିଥିବାବେଳେ ଶନିବାର ଆଉ ଜଣଙ୍କ ମୃତଦେହ ମିଳିଛି । ମୃତ ଛାତ୍ର ଦ୍ୱୟ ଆର୍ୟ୍ୟନ ନାୟକ ଏବଂ ମନୋରଞ୍ଜନ ବେହେରା ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ଜଗତପୁର ବାଲିସାହି ନିକଟ ମହାନଦୀରେ ଏଭଳି ଘଟଣା ଘଟିଛି। ଶୁକ୍ରବାର ବାଲିସାହି ନିକଟ ମହାନଦୀକୁ ୨ଜଣ ଛାତ୍ର ଗାଧୋଇବାକୁ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଉଭୟଙ୍କ ଗୋଡ଼ ଖସି ଯିବାରୁ ଭାରସାମ୍ୟ ହରାଇ ନଦୀର ଗଭୀର ପାଣିରେ ବୁଡ଼ିଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହା ସହ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା । କିଛି ସମୟପରେ ଆର୍ୟ୍ୟନଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଉକ୍ତ ମୃତଦେହତୁ ପୋଲିସ ଜବତ କରିଥିଲା । ତେବେ ଶନିବାର ମନୋରଞ୍ଜନଙ୍କର ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି । ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking