ଭୁବନେଶ୍ୱର: ତାଲିକା ଦିଲ୍ଲୀରେ ହୁଏନି ଓଡିଶାରେ ହୁଏ । ଏଭଳି କିଛି ବୟାନ ଦେଇଛି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । କହିଛନ୍ତି, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ସାଂସଦଙ୍କ ସହ ବୈଠକ ହୋଇଛି । ଦଳୀୟ ନେତାଙ୍କ ସହ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ୧୫ କିମ୍ବା ୨୦ ପରେ ନିଗମ , ବୋର୍ଡ ଓ କମିଟି ଘୋଷଣା ସମ୍ଭାବନା ରହିଛି । ବର୍ତ୍ତମାନ ସମୟରେ ନିର୍ଦ୍ଦିଷ୍ଟ ଭାବେ ତାରିଖ କହିହେବ ନାହିଁ ।










