34.9 C
Bhubaneswar
Monday, April 6, 2026
Homeଦେଶ ବିଦେଶଏନକାଉଣ୍ଟରରେ ଗଲା କୁଖ୍ୟାତ ଅପରାଧୀର ଜୀବନ

ଏନକାଉଣ୍ଟରରେ ଗଲା କୁଖ୍ୟାତ ଅପରାଧୀର ଜୀବନ

ଉତ୍ତର ପ୍ରଦେଶ : ପୁଲିସ୍‌ ଏନକାଉଣ୍ଟରରେ ଗଲା କୁଖ୍ୟାତ ଅପରାଧୀ ତଥା ଉତ୍ତର ପ୍ରଦେଶର ସୁଲତାନପୁର ଗହଣା ଦୋକାନ ଲୁଟ ଘଟଣାର ମାଷ୍ଟରମାଇଣ୍ଡ। ଆଜି ଉତ୍ତର ପ୍ରଦେଶର ଏସଟିଏଫ କରିଥିବା ଏନକାଉଣ୍ଟରରେ ତା’ର ମୃତ୍ୟୁ ହୋଇଛି। ପ୍ରାଣ ହରାଇଥିବା କୁଖ୍ୟାତ ଡକାୟତ ଜଣକ ହେଉଛି ମଙ୍ଗେଶ ଯାଦବ। ତା’କୁ ଧରିବା ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ହେଲେ ଆଜି ମିଶ୍ରିପୁର-ପୁରଇନା ଗାଁ ନିକଟରେ ହୋଇଥିବା ଏନକାଉଣ୍ଟରରେ ମଙ୍ଗେଶ ପ୍ରାଣ ହରାଇଛି।ଅତିରିକ୍ତ ଡିଜି(ଆଇନ ଶୃଙ୍ଖଳା) ଅମିତାଭ ୟାଶ କହିଛନ୍ତି, ମଙ୍ଗେଶ ଯାଦବର ଘର ହେଉଛି ଜଉନପୁରରେ। ଅଗଷ୍ଟ ୨୮ରେ ଭାରତ ଜୁଏଲର୍ସରେ ଲୁଟ ହୋଇଥିଲା। ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏହି ଚୋରିର ମାଷ୍ଟରମାଇଣ୍ଡ ହେଉଛି ମଙ୍ଗେଶ। ତା’କୁ ଖୋଜା ପଡ଼ିଥିବା ବେଳେ ଆଜି ମଙ୍ଗେଶ ଓ ତା’ର ସହଯୋଗୀଙ୍କ ସମ୍ପର୍କରେ ଆଜି ଭୋରରରୁ ସୂଚନା ମିଳିଥିଲା।ମଙ୍ଗେଶକୁ ଟିମ ଦେଖିବା ପରେ ଆତ୍ମସମର୍ପଣ କରିବାକୁ କହିଥିଲା। ହେଲେ ସେ ଏସଟିଏଫ ଟିମ ଉପରକୁ ଗୁଳି ମାଡ଼ କରିଥିଲା। ଏହାର ଜବାବ ମଧ୍ୟ ଏସଟିଏଫ ପକ୍ଷରୁ ଦିଆଯାଇଥିଲା। ଏତିକି ବେଳେ ମଙ୍ଗେଶ ଦେହରେ ଗୁଳି ମାଡ଼ ହୋଇଥିଲା। କିନ୍ତୁ ତା’ର ସହଯୋଗୀ ଘଟଣା ସ୍ଥଳରକୁ ଚମ୍ପଟ ମାରିଥିଲା। ତୁରନ୍ତ ରକ୍ତାକ୍ତ ଅବସ୍ଥାରେ ରହିଥିବା ମଙ୍ଗେଶକୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking