34.1 C
Bhubaneswar
Thursday, March 26, 2026
Homeଓଡିଶାଡାଇବେଟିସ୍‌ ନିୟନ୍ତ୍ରଣ କରେ ଏହି ୩ଟି ଗଛର ପତ୍ର

ଡାଇବେଟିସ୍‌ ନିୟନ୍ତ୍ରଣ କରେ ଏହି ୩ଟି ଗଛର ପତ୍ର

ଭୁବନେଶ୍ୱର: ଡାଇବେଟିସ୍‌ ବା ମଧୁମେହ, ଏବେ ଏକ ସାଧାରଣ ସମସ୍ୟା ପାଲଟିଛି। ଅନିୟମିତ ଜୀବନ ଚର୍ଯ୍ୟା ଆଉ ପର୍ଯ୍ୟାପ୍ତ ଶାରୀରିକ ପରିଶ୍ରମର ଅଭାବ କାରଣରୁ ଅଧିକାଂଶ ବ୍ୟକ୍ତି ଏହି ରୋଗର ଶିକାର ହେଉଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଠିକଣା ସମୟରେ ଡାଇବେଟିସ୍‌ର ଚିକିତ୍ସା ନ କଲେ, ଏହା ଆପଣଙ୍କ ଆଖି, କିଡ୍‌ନୀ, ହୃତ୍‌ପିଣ୍ଡ ଏବଂ ରକ୍ତ ବାହିକାକୁ କ୍ଷତି ପହଞ୍ଚାଇଥାଏ। ଆଯୁର୍ବେଦ ଶାସ୍ତ୍ରରେ ଥିବା ଏପରି ୩ଟି ଗଛର ପତ୍ର ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ, ଯାହା ଡାଇବେଟିସ୍‌ ନିୟନ୍ତ୍ରଣରେ ସହାୟକ ହୋଇଥାଏ।

ଗୁଲୁଚି ଲତା: ଏହା ଏକପ୍ରକାର ଲତା ଜାତୀୟ ବୃକ୍ଷ। ଏହାକୁ Tinospora cordifolia ବୋଲି କୁହାଯାଏ। ଏହି ଲତା ଶରୀରରେ ବ୍ଲଡ ସୁଗାର୍‌କୁ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଥିରେ ଥବା ଆଣ୍ଟି ଅକ୍ସିଡାଣ୍ଟ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ଏହା ପାଚନ ଗ୍ରନ୍ଥୀର କୋଷିକା ଗୁଡ଼ିକୁ କାର୍ଯ୍ୟକ୍ଷମ କରୁଥିବାରୁ ଏହା ଦ୍ୱାରା ରକ୍ତରେ ଇନ୍‌ଶୁଲିନ୍‌ ଓ5 ଶର୍କରାର ପ୍ରବାହ ସଠିକ୍ ରୁହେ। ଆପଣ ପ୍ରତିଦିନ ସକାଳେ ଏହାର ପତ୍ର, ଗୁଣ୍ଡ କିମ୍ବା ଛାଲକୁ ପାଣିରେ ପକାଇ ପିଇ ପାରିବେ।

ଗୁଡ଼ମାରୀ: ଏହି ଗଛର ପତ୍ରରେ ବହୁ ଔଷଧୀୟ ଗୁଣ ରହିଛି। ଏହା ମଧୁମେହ ବା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଖୁବ୍‌ ଉପକାରୀ। ଏହା ଶରୀରର ରକ୍ତରେ ଶର୍କରାର ପ୍ରବାହକୁ ନିୟନ୍ତ୍ରଣ କରେ। ଏଥିପାଇଁ ପ୍ରତି ଦିନ ମଧ୍ୟାହ୍ନ ଓ ରାତ୍ରି ଭୋଜନ ପରେ ଏହି ପତ୍ରର ଗୁଣ୍ଡକୁ ଖାଇ ପାଣି ପିଅନ୍ତୁ। ଏହା ଶରୀରରେ କାର୍ବୋହାଇଡ୍ରେଡ୍‌ର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରେ।

ସଦାବିହାରୀ: ଏହା ଭାରତରେ ଅଧିକାଂଶ ସ୍ଥାନରେ ଖୁବ୍‌ ସହଜରେ ଦେଖିବାକୁ ମିଳୁଥିବା ଗଛ । ଏହି ଗଛର ପତ୍ର ଓ ଫୁଲ ଔଷଧୀୟ ଗୁଣରେ ଭରପୂର। ଏହାର ପତ୍ର ଟାଇପ-୨ ଡାଇବେଟିସ୍ ରୋଗ ପାଇଁ ଏକ ପ୍ରାକୃତିକ ଔଷଧ। ଏହି ପତ୍ରକୁ କଞ୍ଚା ଚୋବାଇ ଖାଇଲେ ଡାଇବେଟିସ୍‌ ଭଲ ହୋଇଥାଏ। ଏହା ବ୍ୟତୀତ ଏହାର ଗୋଲାପି ରଙ୍ଗର ଫୁଲକୁ ପାଣିରେ ଫୁଟାଇ ସେହି ପାଣିକୁ ପ୍ରତିଦିନ ସକାଳେ ଖାଲି ପେଟରେ ପିଇଲେ ଡାଇବେଟିସ୍‌ ନିୟନ୍ତ୍ରଣରେ ରୁହ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking