ବାଲେଶ୍ୱର: ଚନ୍ଦନେଶ୍ୱର ଚଡକ ମେଳାର ଆଜି ହେଉଛି ଶେଷ ଅର୍ଘ୍ୟ ତଥା ପାଟ ପର୍ବ । ଶେଷ ଦିନ ସୁଦ୍ଧା ବ୍ରତଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି । ଆଜି ଚଡକ ପର୍ବର ଉଦଯାପନି ତଥା ବାବାଙ୍କ ସ୍ୱତନ୍ତ୍ର ପାଟ ପର୍ବ ଥିବାରୁ ଭକ୍ତଙ୍କ ସଂଖ୍ୟା ଆଶାତୀତ ବଢିଛି । । ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ଆଜି ବାବାଙ୍କ ମହାନ ପାଟ ପର୍ବରେ ଉପବିତ ଧାରି ମାନେ ନିଜ ଦେହରେ କଣ୍ଟା ମାରି ବାବାଙ୍କ ଠାରେ ନିଜକୁ ସମର୍ପିତ ଦେବା ସହିତ ଉଭୟ ଉଭୟଙ୍କୁ ମାଳା ଚନ୍ଦନ ଦେଇ ଶେଷ କରିବେ । ଅପରାହ୍ମରେ ହାକାଣ୍ଡ ପୋଖରୀଠାରୁ ବିଶାଳ ଶୋଭା ଯାତ୍ରା ବାହାରି ମନ୍ଦିର ନିକଟରେ ପହଞ୍ଚିବ । ଏଥିସହ ଗତକାଲି ଦ୍ୱିତୀୟ ଅର୍ଘ୍ୟ ସୁଦ୍ଧା ଉପବିତଧାରୀ ଭକ୍ତଙ୍କ ସଂଖ୍ୟାା ୨ ଲକ୍ଷ ଟପପିଥିଲା ବେଳେ ଆଇନଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ୨୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହିତ ଚନ୍ଦନେଶ୍ୱର ମେଳାରେ ସ୍ୱତନ୍ତ୍ର ୩ ପ୍ଲାଟୁନ ବିଏସଏଫ ଯବାନଙ୍କୁ ନିୟୋଜିତ କରାଯାଇଛି ।










