22.1 C
Bhubaneswar
Monday, February 16, 2026
Homeଓଡିଶାଆସିଲାଣି ପାର୍ବଣ ଋତୁ: ଜଳାଶୟରେ ହସୁଛି କାଶତଣ୍ଡୀ

ଆସିଲାଣି ପାର୍ବଣ ଋତୁ: ଜଳାଶୟରେ ହସୁଛି କାଶତଣ୍ଡୀ

ଭୁବନେଶ୍ୱର: ଆସିଗଲାଣି ପାର୍ବଣ ଋତୁ । ଆଉ ପାର୍ବଣକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ହୋଇଗଲାଣି ପ୍ରକୃତି ରାଣୀ । । ସୂଚନା ଦେଉଥାଏ କି ଆଗକୁ ଆସୁଛି ଶାରଦୀୟ ଦୁର୍ଗା ପୂଜା ବା ଦଶହରା । ପର୍ବ ପାର୍ବଣର ସମୟ ଆସିଲେ କାଶତଣ୍ଡୀ ଧରଣୀ ବୁକୁରେ ଛିଡ଼ା ହୋଇ ଶରତ ଋତୁର ଶୀତଳ ପବନରେ ଦୋହଲୁଥାଏ । ମାଙ୍କୁ ସ୍ୱାଗତ କରିବା ପାଇଁ କାଶତଣ୍ଡି ପୁରା ପସରା ମେଲାଇ ଦେଇଥାଏ । ଆକାଶର ଭସା ଭସା ବାଦଲରେ, ସୂଯ୍ୟଙ୍କ ସୂନେଲି କିରଣ ଏହାରି ଉପରେ ପଡ଼ିଲେ ସତେ ଅବା ଦେଖାଯାଏ ରୂପେଲି ଚାନ୍ଦ ସଦୃଶ୍ୟ । କାଶତଣ୍ଡୀ ଛଦ୍ମ ବେଶ ଧାରଣ କରି ଧୋବ ଫରଫର ବସ୍ତ୍ରରେ ଧରା ପୃଷ୍ଠକୁ ଜଗତ ଜନ୍ନନୀ ମା ଦୁର୍ଗା ବିରାଜମାନ କରିବେ ବୋଲି ବାର୍ତ୍ତା ପହଞ୍ଚାଇଥାଏ। ବିଭିନ୍ନ ଜଳାଶୟ ନଦୀ ପଠା, ବିଲ, ବନ୍ଧ, ବାଡ଼ରେ ଖିଲି ଖିଲି ହୋଇ ହସୁଥାଏ ଧୋବ ଫର ଫର କାଶତଣ୍ଡୀ । ସମସ୍ତଙ୍କୁ ତା ହୃଦୟରେ ବାନ୍ଧିଦେଇ ରଖିଥାଏ। ସେଇଥିପାଇଁ ତ ସେହି ବାଟରେ ଯାଉଥିବା ବାଟୋଇଟିଏ ଏହାକୁ ଦେଖି ଘଡ଼ିକ ପାଇଁ ଅଟକି ଯାଉଥାଏ । ହଁ ସତରେ ଏ ଦୃଶ୍ୟ କେତେ ମନୋରମା । ଆଖି ଫାଟି ଯାଉଥାଏ ଦେଖଣାହାରୀଙ୍କର । ଏହାକୁ ଦେଖି କବି, ଭାବୁକ, ଶିଳ୍ପୀଙ୍କ ମନରେ ସୃଷ୍ଟି ହେଉଥାଏ କେତେ ରୋମାଞ୍ଚକ ଭାବ । କାଗଜରେ ଧାଡ଼ିଏ ଲେଖିବା ପାଇଁ ତାକୁ ଦେଖି ଆପେ ଆପେ ଅଙ୍କନୀ ମୁନରୁ ଝରି ପଡ଼ୁଥାଏ କୁହୁକ ଭଳି ଶବଦ। କେବଳ ଏତିକି ନୁହେଁ କେହି କେହି କାଶତଣ୍ଡୀ ପାଖରେ ଫଟୋ ଉତ୍ତୋଳନ କରନ୍ତି ତ ଆଉ କେହି ତୋଳି ନେଇ ନିଜ ଜୀବନ ସାଥୀକୁ ଦେଇଥାନ୍ତି । ସତେ ଯେମିତି ଲାଗୁଥାଏ ଶରତ ଋତୁର ମୃଦୁ ପବନରେ କାଶତଣ୍ଡୀ ଦୋହଲି ଦୋହଲି ହାତଠାରି ପଥିକମାନଙ୍କୁ ତାପାଖକୁ ଡାକୁଛି । ଆଉ କାନରେ କିଛି କହି ଚାଲିଯାଉଛି । ଦେଖନ୍ତୁ ତ ପ୍ରକୃତିର କିଭଳି ଯାଦୁ । ବାରି ହୁଏ ନାହିଁ ତାର ବାସ୍ନା ହେଲେ ତାର ବର୍ଣ୍ଣ, ରୂପ ଲାବଣ୍ୟରେ ସମସ୍ତଙ୍କୁ ବାନ୍ଧି ରଖି ଦିଏ । ଏହା ଅବଗତ କରାଇଥାଏ, ଧରାପୃଷ୍ଠରେ ଦୁର୍ଗତୀ ନାଶିନୀ ମା ଦୁର୍ଗା ଧରା ପୃଷ୍ଠକୁ ଓହ୍ଲାଇବେ। ଆଉ ମା ଆସି ତା ଭକ୍ତମାନଙ୍କୁ ସୁଖ, ସମୃଦ୍ଧିରେ ଓଜାଡ଼ି ସବୁ ବାଧାବିଘ୍ନରୁ ରକ୍ଷା କରିବେ। ମା ଙ୍କ ମେଲାଣି ପରେ କାଶତଣ୍ଡୀ ପୁଣି ମଉଳିଯାଏ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking