25.1 C
Bhubaneswar
Monday, January 12, 2026
Homeଓଡିଶାମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ମାଁ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ଭବାନୀପାଟଣା: ବହୁ ପ୍ରତୀକ୍ଷିତ ମା ମାଣିକେଶ୍ୱରୀଙ୍କ ପବିତ୍ର ଛତର ଯାତ୍ରା ଆଜି ଭୋର ସକାଳୁ ଆରମ୍ଭ ହୋଇଛିା ଯାତ୍ରା ଶାନ୍ତି ଶୃଙ୍ଖଳାର ଆୟୋଜନ ସହ ଆୟୋଜନ ପାଇଁ ବ୍ୟାପକ ପରିମାଣରେ ପୁଲିସ ଫୋର୍ସ ନିୟୋଜିତ ଅଛନ୍ତି । ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଡ୍ରୋନ କ୍ୟାମେରା ଦ୍ୱାରା ସମସ୍ତ ଗତିବିଧିକୁ ରେକର୍ଡ କରାଯିବ । ସେହିଭଳି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ଭିଡିଓ ସୁଟିଂ ବ୍ୟବସ୍ଥା ହୋଇଛି । ଭୋର ୫ଟାରେ ପୂଜାର୍ଚ୍ଚନା ଓ ରୀତିନୀତି ପରେ ଛତର ଯାତ୍ରା ଜେନାଖାଲ ଠାରୁ ବାହାରି ମାଣିକେଶ୍ବରୀ ମନ୍ଦିର ଅଭିମୁଖେ ବାହାରିଛି। ଶ୍ରଦ୍ଧାଳୁମାନେ ରାସ୍ତାରେ ଦର୍ଶନ ପାଇଁ ଭିଡ ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ସିସିଟିଭିକୁ ବ୍ୟବହାର କରି କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ କରିପା‌ରିବେ।ଆସନ୍ତାକାଲି ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ନେଇ କଳାହାଣ୍ଡି ପୋଲିସ ପକ୍ଷରୁ କଡାକଡି ସୁରକ୍ଷା ବ୍ୟବସ୍ଥା ରହିଛି ।  ୩୫ଟି ସିସିଟିଭି କ୍ୟାମେରା ଟାଉନଥାନା କଂଟ୍ରୋଲ ରୁମରୁ କଂଟ୍ରୋଲ କରାଯାଉଛି। ସେହିଭଳି ୨୨ଟି ଘଣ୍ଟଦଳ ୨୨ ଲୋକେସନରେ ପୁଲିସ ନିୟନ୍ତ୍ରଣରେ ରହିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking