27.1 C
Bhubaneswar
Friday, March 27, 2026
Homeଓଡିଶାଧୀରେ ଧୀରେ ଉଗ୍ର ହେଉଛି ଯାଜପୁର ବିଜେପିର ଗୋଷ୍ଠୀ କନ୍ଦଳ

ଧୀରେ ଧୀରେ ଉଗ୍ର ହେଉଛି ଯାଜପୁର ବିଜେପିର ଗୋଷ୍ଠୀ କନ୍ଦଳ

ଯାଜପୁର : ଧୀରେ ଧୀରେ ଉଗ୍ର ହେଉଛି ଯାଜପୁର ବିଜେପିର ଗୋଷ୍ଠୀ କନ୍ଦଳ। ଏବେ ବିଜେପି ବିଜେପି ମଧ୍ୟ୍ୟ ରେ ଖଣ୍ଡ ଯୁଦ୍ଧ ରେ ପରିଣତ ହୋଇଛି। ଦୁଇ ଘୋଷ୍ଟି ମଧ୍ୟ ରେ ଛକl ପଞ୍ଜା ଚାଲିଛିl କେଉଁ ମୃହୁତ୍ ରେ ବିସ୍ପୋରଣ ହେବ କହି ହେବ ନାହିଁ ବିଧାୟକ ପ୍ରାର୍ଥୀ ଗୌତମ ରାୟ ଏବଂ ଦଳୀୟ ଟିକେଟ ଆଶାୟୀ ସଂଗ୍ରାମ ପାତ୍ର ଙ୍କ ମଧ୍ୟରେ ଏବେ ସମ୍ମୁଖ ଯୁଦ୍ଧ ଆରମ୍ଭ ହୋଇଛି। ଗୌତମ ଙ୍କ ନିର୍ଦ୍ଦେଶ ରେ ସଂଗ୍ରାମ ଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଆକ୍ରମଣ ରେ ସଂଗ୍ରାମ ଙ୍କ ଗାଡି ଭାଙ୍ଗି ଚୁରମାର ହୋଇଛି। ଯାଜପୁର ବ୍ଲକ ଭୁବନେଶ୍ବରପୁର ପଞ୍ଚାୟତ ଅନ୍ତର୍ଗତ ଭଗତପୁର ରେ ଥିବା ଅନନ୍ତ ବାସୁଦେବ ମନ୍ଦିର ନିକଟରେ ଦଳୀୟ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ବିଜେପି ଯୁବନେତା ସଂଗ୍ରାମ ପାତ୍ରଙ୍କୁ ରବିବାର ସନ୍ଧ୍ୟା ରେ ମରଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣ ରେ ଯୁବ ନେତାଙ୍କ ହାତ ଭାଙ୍ଗିବା ସହ ଗାଡ଼ି ଚୂରମାର ହୋଇଛି। ସଂଗ୍ରାମ ଙ୍କ ପକ୍ଷରୁ ଯାଜପୁର ସଦର ଥାନା ରେ ଗୌତମ ଙ୍କ ସମେତ ଦଳର ଆଗଧାଡିର ନେତା ଓ କର୍ମୀ ଙ୍କ ନାଁ ରେ ମାମଲା ରୁଜୁ ହୋଇଛି। ନିର୍ବାଚନ ରେ ଗୌତମ ହାରିବା ପରେ ଏଥିପାଇଁ ସଂଗ୍ରାମ ଙ୍କୁ ଦାୟୀ କରି ଏଭଳି ଆକ୍ରମଣ ହେଉଥିବା ଚର୍ଚା ହେଉଛି। ପ୍ରତ୍ୟେକ ନିର୍ବାଚନ ପରେ ଶାନ୍ତି ବଜାୟ ରହୁଥିବା ବେଳେ ଚଳିତ ନିର୍ବାଚନ ପରେ ଏଭଳି ଅଶାନ୍ତି ଦେଖା ଦେବା ଘଟଣାକୁ ସାଧାରଣ ରେ ନିନ୍ଦା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking