24.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଜେଲର

ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ପରେ ନିଲମ୍ବିତ ହେଲେ ଜେଲର

ନୂଆଦିଲ୍ଲୀ : ତିହାର ଜେଲର ଦୀପକ ଶର୍ମା କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ ହେବାରେ ଲାଗିଛନ୍ତି । କିଛି ଦିନ ପୂର୍ବେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ପିସ୍ତଲ ଧରି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ସେ ଖଳନାୟକ ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ ‘ନାୟକ ନେହିଁ ଖଲନାୟକ ହୁଁ ମେ..’ ର ତାଳେ ତାଳେ ନାଚୁଥିବା ଦେଖାଯାଇଥିଲା । ତାଙ୍କ ସହିତ ଆଉ କିଛି ଲୋକ ବି ଥିଲେ । ଏବେ ଏହି ଭାଇରାଲ ଭିଡିଓ କୁ ନେଇ ଜେଲର ଦୀପକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନା ଅନୁଯାୟୀ, ଦୀପକ ଶର୍ମାଙ୍କୁ ନିଲମ୍ବିତ କରାଯାଇଛି। ଏହି ଭାଇରାଲ ଭିଡିଓକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ତିହାର ଜେଲର ଡିଜି ଦୀପକ ଶର୍ମାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହା ସହିତ ତିହାର ଅଧିକାରୀମାନେ ପୂରା ଘଟଣାର ତଦନ୍ତ କରିବେ। ସୂଚନାଯୋଗ୍ୟ ଯେ ଦୀପକ ଶର୍ମା ସୋସିଆଲ ମିଡିଆରେ ବେଶ ଲୋକପ୍ରିୟ । ଦୀପକ ଶର୍ମାଙ୍କୁ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକ ଫଲୋ କରନ୍ତି । ଫେସବୁକରେ ଦୀପକ ଶର୍ମାଙ୍କର ୨.୨ ଲକ୍ଷ ଫଲୋଅର୍ସ ଅଛନ୍ତି । ତାଙ୍କ ଫିଟନେସ କାରଣରୁ ଅନେକ ଲୋକ ତାଙ୍କୁ ଫଲୋ ମଧ୍ୟ କରିଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking