ଭୁବବନେଶ୍ବର: ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ କମିଟି ତରଫରୁ ନୟାପଲ୍ଲୀ ସ୍ଥିତ କସ୍ତୁରବା ପଡିଆଠାରେ ଆଜି ସଂନ୍ଧ୍ୟାରେ ଶୁଭ ଉଦଘାଟନ ହୋଇଯାଇଚି ା ଉତ୍ସବରେ ମୁଖ୍ୟ ଅତିଥି ଭାବା ସନ୍ଥ ରାମନାରାୟଣ ମହାରାଜ ପ୍ରଦୀପ ପ୍ରଜ୍ବଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ ା ୫ଦିନ ବ୍ୟାପି ଏହି ମହୋତ୍ସବର ପ୍ରଥମ ସଂନ୍ଧ୍ୟାରେ କଥାବାଚକ ବାବାଜୀ ଅମୃତାନନ୍ଦ ଦାସ ମହାରାଜ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଲୀଳାର ବିଭିନ୍ନ ଶାରସ୍ବତ ମାହାତ୍ମ୍ୟ ଉପରେ ଶ୍ରଦ୍ଧାଳୁଙ୍କୁ ସ୍କନ୍ଦପୁରାଣ ଅନ୍ତର୍ଗତ ଅମୃତବାଣୀ ପ୍ରଦାନ କରିଥିଲେ ା ଏହା ସହିତ ଆସନ୍ତା କାଲିଠାରୁ ଆରମ୍ଭ ହୋଇଥିବା ବିଶ୍ବଶାନ୍ତି ଜଞ ଆସନ୍ତା ୧୩ ତାରିଖରେ ସମାପନ ହେବ। ଏହି ଅବସରରେ ମହୋତ୍ସବରେ ମହାପ୍ରଭୁଙ୍କ ୨୪ବେଶ ପ୍ରଦର୍ଶିତ ହେବା ସହ ଭଜନ ଓ ସଙ୍କୀର୍ତ୍ତନ ସେଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ଅନନ୍ୟ ଆଧ୍ୟାତ୍ମିକ ଚେତନର ପରିବେଶ ସୃଷ୍ଟି କରିଚି। ମହୋତ୍ସବରେ ସମ୍ମାନିତ. ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସଂସଦ ଅରୁଣ ପଟ୍ଟନାୟକ,ବିଜେପିର ବରିଷ୍ଟ ନେତା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଚ ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶି ମିଶ୍ର, ଦିଲ୍ଲିପ ଶ୍ରୀଚନ୍ଦନ,ରମେଶ ବିଶ୍ବାଳ, କର୍ପୋରେଟର ବନ୍ଦିତା ପାଲ୍,ଅର୍ଜୁନ ବେହେରା,ସମ୍ପାଦକ ପ୍ରଦିପ କୁମାର ରାଉତରାୟ,ପ୍ରକାଶ ଶ୍ରୀଚନ୍ଦନ,ରଣଜିତ କର୍ମି, ସୋନାଲିସା ମହାପାତ୍ର ଓ ନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।