28.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶ୯ ସୀମିତ ଓଭର୍ ମ୍ୟାଚ୍ ଖେଳିବ ଭାରତୀୟ ମହିଳା ଟିମ୍‌

୯ ସୀମିତ ଓଭର୍ ମ୍ୟାଚ୍ ଖେଳିବ ଭାରତୀୟ ମହିଳା ଟିମ୍‌

ମୁମ୍ବାଇ: ଆଇସିସି ଟି-୨୦ ବିଶ୍ୱକପ୍ ପରେ ବିସିସିଆଇ ଭାରତୀୟ ମହିଳା ଟିମ୍ ପାଇଁ ଦୁଇଟି ଟିମ୍ ସହିତ ସିରିଜ୍ ସ୍ଥିର କରିଛି। ଟିମ୍ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଏବଂ ଆସନ୍ତା ବର୍ଷ ଜାନୁଆରୀରେ ଆୟର୍ଲାଣ୍ଡ ବିପକ୍ଷରେ ହ୍ୱାଇଟ୍ ବଲ୍ ସିରିଜ୍ ଖେଳିବ। ୱେଷ୍ଟଇଣ୍ଡିଜ୍ ଓ ଆୟର୍ଲାଣ୍ଡ ବିପକ୍ଷ ୯ ମ୍ୟାଚ୍ ଡିସେମ୍ବର ୧୫ରୁ ଆରମ୍ଭ ହୋଇ ଜାନୁଆରୀ ୧୫ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ମହିଳା ଟିମ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବ। ତିନି ଟି-୨୦ ଡିସେମ୍ବର ୧୫, ୧୭ ଓ ୧୯ରେ ନଭି ମୁମ୍ବାଇରେ ଖେଳାଯିବ। ସମସ୍ତ ମ୍ୟାଚ୍ ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ସେହିପରି ଡିସେମ୍ବର ୨୨, ୨୪ ଓ ୨୭ରେ ତିନିଟି ଦିନିକିଆ ବରୋଦାରେ ହେବ। ପ୍ରଥମ ଦୁଇଟି ମ୍ୟାଚ୍ ଅପରାହ୍ଣ ୧.୩୦ରେ ଆରମ୍ଭ ହେବାକୁ ଥିବାବେଳେ ତୃତୀୟ ମ୍ୟାଚ୍ ସକାଳ ୯.୩୦ରୁ ଖେଳାଯିବ।
ୱେଷ୍ଟଇଣ୍ଡିଜ୍ ପରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ବିପକ୍ଷରେ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ। ତିନିଟି ଯାକ ମ୍ୟାଚ୍ ରାଜକୋଟରେ ଜାନୁଆରୀ ୧୦, ୧୨ ଓ ୧୫ ତାରିଖରେ ଖେଳାଯିବ।
୨୦୨୫ରେ ଭାରତରେ ହିଁ ମହିଳା ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ। ଟୁର୍ଣ୍ଣାମେଣ୍ଟ୍ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ରାଉଣ୍ଡ୍ ରବିନ୍ ଫର୍ମାଟ୍‌ରେ ଖେଳାଯିବ। ଏଥିରେ ଭାରତ ସମେତ ୮ଟି ଟିମ୍ ଭାଗନେବେ। ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟ୍‌ର ଡିଫେଣ୍ଡିଂ ଚାମ୍ପିଅନ୍ ଏବଂ ସର୍ବାଧିକ ୭ ଟାଇଟଲ୍ ଜିତିଥିବା ଟିମ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking