26.1 C
Bhubaneswar
Thursday, March 26, 2026
Homeଓଡିଶାପତ୍ନୀ ଅଧିକାର ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ପତ୍ନୀ ଅଧିକାର ପାଇଁ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ପୋଲସରା: ପୋଲସରା ଥାନା ବୁଢେଇଶୁଣୀ ପଞ୍ଚାୟତ ଅଧୀନସ୍ଥ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସମ୍ପୃକ୍ତ ଗ୍ରାମର ଜଣେ ଯୁବତୀଙ୍କର ସେହି ଗ୍ରାମର କରମ ଚାନ୍ଦ ସାହୁ(ବାପୁଜୀ)ଙ୍କ ସହିତ ପ୍ରାୟ ୧୩ ବର୍ଷ ତଳେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହା କାଳକ୍ରମେ ଉଭୟଙ୍କ ପରିବାର ଜାଣିବା ପରେ ଦୁହେଁ ସମାନ ଜାତିର ହୋଇଥିବାରୁ ବିବାହ କରିଦେବା ପାଇଁ ସ୍ଥିରୀକୃତ ହୋଇ ପ୍ରସ୍ତାବ ଦେଇଥିଲେ। ଉଭୟଙ୍କ ଏହି ସମ୍ପର୍କ ଆଗକୁ ବଢି ଚାଲିଲା। ପରେ ଚଣ୍ଡିରାମପୁରସ୍ଥିତ ଉଗ୍ରେଶ୍ବର ଶୈବପୀଠରେ ଗ୍ରାମର କିଛି ଲୋକ ଓ ପରିବାର ଲୋକଙ୍କ ଉପସ୍ଥିତିରେ ପ୍ରେମିକ କରମଚାନ୍ଦ ପ୍ରେମିକାଙ୍କ ବେକରେ ମଙ୍ଗଳସୂତ୍ର ଓ ମଥାରେ ସିନ୍ଦୁର ଦେଇ ସ୍ତ୍ରୀର ମାନ୍ୟତା ଦେଇଥିଲେ। ବାହା ହେବାପରେ ଆଉ ଘରକୁ ନ ନେଇ ବିଭିନ୍ନ ବାହାନା ଦେଖାଇବା ସହ ଘର ଡିହ ଓ ନଗଦ ୫୦ ଲକ୍ଷ ଟଙ୍କା ଦେଲେ ଘରକୁ ଆସିବ ବୋଲି କହୁଥିଲେ।

କିନ୍ତୁ ସମ୍ପର୍କ ବଢ଼ି ଚାଲିଥିଲା ଏବଂ ଜୁଲାଇ ୧୦/୨୦୧୭ରେ ଯୁବତୀ ଜଣକ ଗର୍ଭବତୀ ହୋଇଥିଲେ ଏବଂ ସ୍ବାମୀଙ୍କୁ ମଧ୍ୟ ଜଣାଇଥିଲେ। ଏହା ଶୁଣି ପ୍ରେମିକାଙ୍କ ଅଜାଣତରେ ଖାଦ୍ୟରେ ଔଷଧ ଦେଇ ଗର୍ଭ ନଷ୍ଟ କରିଥିଲେ ବାପୁଜୀ। ପତ୍ନୀ ମର୍ଯ୍ୟାଦା ପାଇବା ଆଶାରେ ୨୫/୦୫/୨୦୨୨ରେ ପୁଣି ଗର୍ଭବତୀ ହୋଇଥିଲେ ଏବଂ ପୁନର୍ବାର ଗର୍ଭ ନଷ୍ଟ କରିଦେଇଥିଲେ। ଘଟଣାବଳୀକୁ ନେଇ ୧୭/୦୯/୨୦୨୪ରେ ଝିଅର ପରିବାର ପକ୍ଷରୁ ପୁଅର ପରିବାର ପକ୍ଷକୁ ଜଣାଇଥିଲେ। ପୁଅର ବାପା ନାରାୟଣ ସାହୁ ମାର୍ଗଶିର ମାସରେ ବୋହୂ କରି ନେବାପାଇଁ କହିଥିଲେ। କିନ୍ତୁ ବ୍ୟତିକ୍ରମ ହେବାରୁ ଯୁବତୀଜଣକ ପ୍ରେମିକଙ୍କ ଘର ଆଗରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଧାରଣାରେ ବସିଛନ୍ତି ଏବଂ ସ୍ତ୍ରୀର ମାନ୍ୟତା ସହ ସୁରକ୍ଷା ଦେବାଲାଗି ରାଜ୍ୟ ଗୃହ ବିଭାଗଠାରୁ ଆରମ୍ଭ କରି ମହିଳା କମିଶନ ଏବଂ ବିଭାଗୀୟ ଜିଲ୍ଲା ପ୍ରଶାସନକୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଅବଗତ କରାଇଚନ୍ତି। ପୋଲସରା ଥାନାଧିକାରୀ କୈଶିକ ମାଝୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking