29.1 C
Bhubaneswar
Monday, July 8, 2024
Homeଅପରାଧନିଜ ସ୍ତ୍ରୀର ମୁଣ୍ଡକୁ ତୀର ମାରିଲା ସ୍ବାମୀ

ନିଜ ସ୍ତ୍ରୀର ମୁଣ୍ଡକୁ ତୀର ମାରିଲା ସ୍ବାମୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ହରିଡାଗୋଠ ଗାଁରେ ଅଘଟଣ । ସ୍ବାମୀର ତୀର ମାଡରେ ସ୍ତ୍ରୀ ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ସ୍ତ୍ରୀକୁ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଥାଏ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ହସ୍ତାନ୍ତର କରାଯାଇଛି । ସୂଚନା ଅନୁସାରେ, ଗୁରୁବାର ହରିଡାଗୋଠ ଗାଁର ବିଶ୍ଵନାଥ ମୁଣ୍ଡା ନିଜ ସ୍ତ୍ରୀ ସଜନୀ ମୁଣ୍ଡାକୁ ତୀର ମାଡ କରି ଘଟଣାସ୍ଥଳରୁ ଚମ୍ପଟ ହୋଇଯାଇଥିଲା । ଗତ କିଛିଦିନ ହେବ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ଝଗଡା ଲାଗି ରହିଥିଲା । ସେଥିପାଇଁ ସ୍ତ୍ରୀ ସଜନୀ ମୁଣ୍ଡା ନିଜ ବାପ ଘରେ ରହୁଥିଲେ । ସଜନୀ ମୁଣ୍ଡା ବାପ ଘରେ ଥିବା ସମୟରେ ସ୍ୱାମୀ ଏପରି ଏକ କାଣ୍ଡ କରିଛନ୍ତି । ସ୍ବାମୀର ତୀର ମାଡରେ ସ୍ତ୍ରୀ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ, ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking