19.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ସ୍ୱାମୀ, ପଦ ସମ୍ଭାଳିଲେ ସ୍ତ୍ରୀ

ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ସ୍ୱାମୀ, ପଦ ସମ୍ଭାଳିଲେ ସ୍ତ୍ରୀ

ଥିରୁଅନନ୍ତପୁରମ୍‌:  ଦେଶର ପ୍ରଶାସନିକ କ୍ଷେତ୍ରରେ ଦେଖିବାକୁ ମିଳିଛି ବିରଳ ଦୃଶ୍ୟ । ପ୍ରଥମ ଥର ପାଇଁ ଜଣେ ମୁଖ୍ୟ ଶାସନ ସଚିବଙ୍କ ଠାରୁ ତାଙ୍କ ପତ୍ନୀ ଦାୟିତ୍ୱ ଗ୍ରହଣ କରିବା ଦେଖିବାକୁ ମିଳିଛି । ଏହି ଆଇଏଏସ୍ ଦମ୍ପତି ହେଲେ ଡା. ବେଣୁ ବି ଓ ତାଙ୍କ ପତ୍ନୀ ଶାରଦା ମୁରଲିଧରନ୍ । ଡା. ବେଣୁ ବି କେରଳରେ ମୁଖ୍ୟ ଶାସନ ସଚିବ ପଦରେ କାର୍ଯ୍ୟ କରୁଥିବା ବେଳେ ଗତ ୩୧ ତାରିଖରେ ଚାକିରିରୁ ଅବସର ନେଇଛନ୍ତି ।

ତେବେ ଡା. ବେଣୁ ବିଙ୍କ ପରେ ଏହି ପଦ ନିମନ୍ତେ କେରଳ ସରକାର ତାଙ୍କ ପତ୍ନୀ ଶାରଦା ମୁରଲିଧରନଙ୍କ ନାମ ଚୂଡାନ୍ତ କରିଥିଲେ । ସୁତରାଂ ଡା. ବେଣୁ ବି ନିଜ ପତ୍ନୀ ତଥା ସଚିବ ପଦରେ ଥିବା ଶାରଦା ମୁରଲିଧରନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏନେଇ ଥିରୁଅନନ୍ତପୁରମ୍ ସ୍ଥିତ ସଚିବାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ସ୍ୱାମୀ-ସ୍ତ୍ରୀ ଯୋଗ ଦେଇଥିବା ବେଳେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ଏହାକୁ ଦେଖିବାକୁ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିିଳିଥିଲା ।

ପ୍ରକାଶ, ଉଭୟ ଡା. ବେଣୁ ବି ଓ ଶାରଦା ମୁରଲିଧରନ ୧୯୯୦ ବ୍ୟାଚ୍‌ର ଆଇଏଏସ୍ । ମାତ୍ର ଡା. ବେଣୁ ବି ନିଜ ପତ୍ନୀଙ୍କଠାରୁ କିଛି ମାସ ବଡ଼ ଅଟନ୍ତି । ତେବେ ଶାରଦା ମୁରଲିଧରନ୍ ଆସନ୍ତା ୮ ମାସ ପର୍ଯ୍ୟନ୍ତ କେରଳ ସରକାରଙ୍କ ମୁଖ୍ୟ ଶାସନ ସଚିବ ରୂପେ ଦାୟିତ୍ୱ ତୁଲାଇବେ । କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌, ଉଭୟ ପତିପତ୍ନୀ ବ୍ୟୁରୋକ୍ରାଟଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଥିରୁଅନନ୍ତପୁରମ୍ ସାଂସଦ ଶଶୀ ଥରୁର ନିଜ ସୋଶାଲ ମିଡିଆରେ ଏସମ୍ପର୍କରେ ପୋଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking