37.1 C
Bhubaneswar
Thursday, March 12, 2026
Homeଅପରାଧସ୍ତ୍ରୀ ମୁସଲିମ ଧର୍ମୀ ବୋଲି ୧୩ ବର୍ଷ ପରେ ଜାଣିଲେ ସ୍ୱାମୀ

ସ୍ତ୍ରୀ ମୁସଲିମ ଧର୍ମୀ ବୋଲି ୧୩ ବର୍ଷ ପରେ ଜାଣିଲେ ସ୍ୱାମୀ

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଛି ଅଭାବନୀୟ ଘଟଣା। ୧୩ ବର୍ଷ ପରେ ସ୍ୱାମୀ ଜାଣିଲେ ସ୍ତ୍ରୀ ମୁସଲିମ ବୋଲି । ସୂଚନା ଅନୁଯାୟୀ, ଆହ୍ଲାବାଦ୍‌ ବିଶ୍ବବିଦ୍ୟାଳୟର ଜଣେ ଆସୋସିଏଟ୍‌ ପ୍ରଫେସର ବିବାହର ୧୩ ବର୍ଷ ପରେ ଜାଣିବାକୁ ପାଇଛନ୍ତି ଯେ, ତାଙ୍କ ପତ୍ନୀ ଜଣେ ମୁସଲିମ। ଏହା ଜାଣିବା ପରେ ସେ ନିର୍ଯ୍ୟାତନାର ସାମ୍ନା କରିଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଛନ୍ତି। ତାଙ୍କର ଅଭିଯୋଗ ହେଲା ଯେ, ପତ୍ନୀ ତାଙ୍କ ସହିତ ଠକେଇ କରିଛନ୍ତି। ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି। ମିଛ ମାମଲାରେ ଫସାଇବା ପାଇଁ ଧମକ ଦେଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲଶ ସେ ଯାହାଙ୍କୁ ୧୩ ବର୍ଷ ତଳେ ହିନ୍ଦୁ ବୋଲି ବିବାହ କରିଥିଲେ, ମୁସଲିମ ଅଟନ୍ତି। ପ୍ରଫେସର ଏନେଇ ପତ୍ନୀ, ଶାଶୁ ଓ ଶ୍ବଶୁରଙ୍କ ବିରୋଧରେ ସିବିଲ ଲାଇନ୍‌ ଥାନାରେ ଅଭିଯୋଗ କରିଛନ୍ତି। ପ୍ରଫେସରଙ୍କ ଅଭିଯୋଗ ହେଲା, ତାଙ୍କୁ ଧର୍ମ ପରିବର୍ତ୍ତନ ଲୁଚାଇ ବିବାହ କରାଇ ଦିଆଯାଇଛି। ବିରୋଧ କଲା ପରେ ନର୍ଯାତନା ଦିଆଯାଉଛି। ଏପରିକି ହତ୍ୟା ଧମକ ମଧ୍ୟ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରି ବଦନାମ କରିବାକୁ ଉଦ୍ୟମ ହେଉଛି। ପୁଲିସ ମାମଲା ରୁଜୁ ସହ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking