30.1 C
Bhubaneswar
Saturday, September 28, 2024
Homeଅପରାଧଜବରଦସ୍ତ କରି ଘରେ ପତ୍ନୀର ଗର୍ଭପାତ କଲା ସ୍ୱାମୀ, ଚାଲିଗଲା ମହିଳାଙ୍କ ଜୀବନ

ଜବରଦସ୍ତ କରି ଘରେ ପତ୍ନୀର ଗର୍ଭପାତ କଲା ସ୍ୱାମୀ, ଚାଲିଗଲା ମହିଳାଙ୍କ ଜୀବନ

ପୁଣେ : ପୁଣେରେ ଘଟିଛି ଅଭାବନୀୟ ଘଟଣା । ଘରେ ଅବୈଧ ଭାବେ ପତ୍ନୀର ଗର୍ଭପାତ କଲା ସ୍ୱାମୀ ଫଳରେ ଚାଲିଗଲା ମହିଳାଙ୍କ ଜୀବନ । ପୋଲିସ ମୃତ ମହିଳାଙ୍କ ସ୍ୱାମୀ, ଶ୍ୱଶୁରକୁ ଗିରଫ କରିଛି । ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାମୀ ଜବରଦସ୍ତ କରି ଘରେ ମୃତକାଙ୍କ ଗର୍ଭପାତ କରାଇଥିଲେ । ମହିଳାଙ୍କ ପେଟରେ ୪ ମାସର ଭ୍ରୁଣକୁ ପରିବାର ଲୋକ କାଢି ଜମିରେ ପୋତିଦେଇଥିଲେ । ଗର୍ଭପାତ କରାଇବା ପାଇଁ ଜଣେ ପ୍ରାଇଭେଟ ଡାକ୍ତରଙ୍କୁ ମଧ୍ୟ ଡାକିଥିଲେ ମହିଳାଙ୍କ ସ୍ୱାମୀ । ତାଙ୍କୁ ମଧ୍ୟ ପୋଲିସ ଖୋଜୁଛି । ମହିଳାଙ୍କ ବିବାହ ୨୦୧୭ରେ ହୋଇଥିଲା । ଦୁହିଁଙ୍କର ଗୋଟେ ପୁଅ ଏବଂ ଝିଅ ରହିଛନ୍ତି । ମହିଳା ଜଣକ ତୃତୀୟ ଥର ପାଇଁ ଗର୍ଭବତୀ ହୋଇଥିଲେ । ତେବେ ମହିଳାଙ୍କ ଗର୍ଭରେ ଶିଶୁକନ୍ୟା ଥିବା ପରିବାର ଲୋକ ଜାଣିଦେଇଥିଲେ ବୋଲି ଭ୍ରୁଣ ନଷ୍ଟ କରିଥିବା ପୋଲିସ କହିଛି । ତେଣୁ ଘରେ ଗର୍ଭପାତ କରାଇବା ପାଇଁ ପରିବାର ଲୋକ ଏଭଳି କାମ କରିଥିଲେ ।
ଥାନାର ଅଧିକାରୀଙ୍କ କହିବାନୁଯାୟୀ, ରବିବାର ଦିନ ୨୫ ବର୍ଷୀୟ ମହିଳାଙ୍କ ଅବସ୍ଥା ଗୁରୁତର ଥିଲା । ମହିଳା ଜଣଙ୍କର ରକ୍ତସ୍ରାବ ହେଉଥିଲା । ତାଙ୍କୁ ପରଦିନ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସପିଟାଲରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗକ୍ରମେ ଶଶୁର ଘର ଲୋକଙ୍କ ବିରୋଧରେ କେସ୍‌ ଦାୟର କରାଯାଇଛି । ଏହାପରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁରକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking