28.1 C
Bhubaneswar
Sunday, September 8, 2024
Homeଓଡିଶାଆସନ୍ତାକାଲି ୧୦.୩୦ ଯାଏଁ ଗୃହ ମୁଲତବୀ

ଆସନ୍ତାକାଲି ୧୦.୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ବାଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଅପରାହ୍ନ ଅଧିବେଶନ ; ବିଧାନସଭାରେ ପ୍ରବଳ ହଟ୍ଟଗୋଳ । ରାଜ୍ୟପାଳଙ୍କ ପୁଅ ମାମଲାକୁ ନେଇ ବିଜେଡି, କଂଗ୍ରେସର ହୋହାଲ୍ଲା ଦେଖିବାକୁ ମିଳିଛି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ମାଇକ ଭାଙ୍ଗିଛନ୍ତି ବିଜେଡି ବିଧାୟକ ଦ୍ରୁବ ସାହୁ । ଗୃହର ମଧ୍ୟଭାଗକୁ ଆସି ବିଜେଡି, କଂଗ୍ରେସ ସଭ୍ୟ ହୋହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ଆସନ୍ତାକାଲି ୧୦.୩୦ ଯାଏଁ ମୁଲତବୀ ରଖିଛନ୍ତି । ସୂଚନା ଯୋଗ୍ୟ ଯେ, ତେବେ ଦ୍ୱିତୀୟ ଦିନ ଆରମ୍ଭ ହେଉ ହେଉ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଥିଲେ । ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାକୁ ନେଇ ଗୃହରେ ବିଜେଡି ସଦସ୍ୟମାନେ ନାରାବାଜି କରିଥିଲେ । ଫଳରେ ପ୍ରଥମେ ସାଢେ ୧୧ଟା ଯାଏଁ ବାଚସ୍ପତି ସୁରମା ପାଢ଼ୀ ଗୃହ କାର୍ଯ୍ୟକୁ ମୁଲତବୀ ରଖିଥିଲେ । ପରେ ପୁଣି ଗୃହ କାର୍ଯ୍ୟରେ ବାଧା ଉପୁଜିବାରୁ ୪ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ ବାଚସ୍ପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking