22.1 C
Bhubaneswar
Friday, February 6, 2026
Homeଓଡିଶାତତ୍ପର ହେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସଂଘ

ତତ୍ପର ହେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସଂଘ

ଭୁବନେଶ୍ୱର: ବିପଦ ସତର୍କତାକୁ ନେଇ ସଜାଗ ହେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସଂଘ। ହୋଟେଲଗୁଡିକରେ ସୁରକ୍ଷା ଯାଞ୍ଚ କଡାକଡି କରିବାକୁ ମାଲିକଙ୍କୁ ପରାମର୍ଶ ଦିଆଯାଇଛି । ଯଦି କାହା ଉପରେ ସନ୍ଦେହ ଉପୁଜିଛି ତୁରନ୍ତ ପୋଲିସକୁ ଜଣାନ୍ତୁ କହିଛନ୍ତି ସଂଘ। ହୋଟେଲ କର୍ମଚାରୀଙ୍କୁ ଟୁରିଷ୍ଟ ଯାଞ୍ଚରେ ସହଯୋଗ କରିବାକୁ ଅପିଲ କରିଛନ୍ତି। ଦିଲ୍ଲୀରେ ବିସ୍ଫୋରଣ ପରେ ଓଡିଶାରେ ହାଇ ଆଲର୍ଟ କରାଯାଇଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । କହିଛନ୍ତି,  ପୋଲିସ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା କଡାକଡି କରାଯାଇଛି। ଶ୍ରୀମନ୍ଦିର ପାଇଁ ସ୍ୱତନ୍ତ୍ର ବାବରେ ସୁରକ୍ଷାକୁ ଅଧିକ ମାତ୍ରାରେ ବୃଦ୍ଧି କରାଯାଇଛି । ରାଜ୍ୟର ସମସ୍ତ ରେଲୱେ ଷ୍ଟେସନ, ବିମାନ ବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥପତି ନିକଟରେ ମଧ୍ୟ ସୁରକ୍ଷା ବଢାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking