28.1 C
Bhubaneswar
Monday, March 30, 2026
Homeଓଡିଶାଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସ କାଳଜୟୀ ଏବଂ ଏହାର ଭବିଷ୍ୟତ ଉଜ୍ଜଳ ଓ ସ୍ୱର୍ଣ୍ଣିମ :...

ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସ କାଳଜୟୀ ଏବଂ ଏହାର ଭବିଷ୍ୟତ ଉଜ୍ଜଳ ଓ ସ୍ୱର୍ଣ୍ଣିମ : ମନ୍ତ୍ରୀ ସମ୍ପଦ ସ୍ୱାଇଁ

ଭୁବନେଶ୍ୱର: ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର “ସୀତା ବିବାହ” ଓଡ଼ିଆ ଚଳଚ୍ଚିତ୍ର ଜଗତର ମୂଳଦୁଆ ସ୍ଥାପନ କରିଥିଲା। ୧୯୭୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଓଡ଼ିଶାରେ ଚଳଚ୍ଚିତ୍ର ଶିଳ୍ପର ମାନ୍ୟତା ମିଳିଲା। ବିଗତ କିଛି ବର୍ଷରେ ବହୁ ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ଓ ପ୍ରସିଦ୍ଧି ଲାଭ କରିଛି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଇତିହାସ କାଳଜୟୀ ଏବଂ ଆଗାମୀ ଭବିଷ୍ୟତ ହେଉଛି ସ୍ୱର୍ଣ୍ଣିମ ଓ ଉଜ୍ଜଳ ବୋଲି କହିଛନ୍ତି ଓଡ଼ିଶା ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଆ ଚଳଚ୍ଚିତ୍ର ହେଉଛି ଆମ ଓଡ଼ିଆ ସମାଜ ଓ ସଂସ୍କୃତିର ଏକ ନିଚ୍ଛକ ପ୍ରତିଫଳନ। ଏହାର ଉନ୍ନତି ଓ ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଆମ ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିବ ବୋଲି ମୁଁ ଆଶା କରୁଛି।

ପ୍ରକାଶଯୋଗ୍ୟ ଯେ, ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ହେଉଥିବା ଉତ୍କର୍ଷ ଓଡ଼ିଶା- ମେକଇନ୍‌ ଓଡ଼ିଶା କନକ୍ଲେଭରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିବେଶର ବିଭିନ୍ନ ଦିଗ ଏବଂ ସୁଯୋଗ ସୃଷ୍ଟି ସମ୍ବନ୍ଧରେ ଆଲୋଚନା କରିବା ପାଇଁ ଏକ ଅଧିବେଶନର ଆୟୋଜନ କରାଯାଇଥିଲା। ଏହି ଅଧିବେଶନରେ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଯାଜପୁର କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ମିଶ୍ର, ନିର୍ଦ୍ଦେଶକ ଶ୍ରୀ ବିଜୟ କେତନ ଉପାଧ୍ୟାୟ, ଓଡ଼ିଶା ଫିଲ୍ମ ଡ଼େଭେଲପମେଣ୍ଟ କର୍ପୋରେସନର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଶ୍ରୀ ସମର୍ଥ ବର୍ମା ଉପସ୍ଥିତ ଥିଲେ। ଅଧିବେଶନରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସଶକ୍ତ ଓ ସମୃଦ୍ଧ କରିବା ପାଇଁ ଏକ ଆଲୋଚନା ଚକ୍ରର ଆୟୋଜନ ମଧ୍ୟ କରାଯାଇଥିଲା ଯେଉଁଥିରେ ବିଧାୟକ ଆକାଶ ଦାସ ନାୟକଙ୍କ ସମେତ ଚଳଚ୍ଚିତ୍ର ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ ଅମିତାଭ ଗୁହା ଠାକୁରତା, ପ୍ରମୋଦ ଅରୋରା, ଶିବାଶିଷ ସରକାର, ରାଜେଶ ଶର୍ମା ପ୍ରମୁଖ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking