26.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶଦ୍ରୁତଗତିରେ ତରଳୁଛି ହିମାଳୟ

ଦ୍ରୁତଗତିରେ ତରଳୁଛି ହିମାଳୟ

ନୂଆଦିଲ୍ଲୀ: ହିମାଳୟର ହିମହ୍ରଦଗୁଡ଼ିକ ଦ୍ରୁତଗତିରେ ତରଳିବାରେ ଲାଗିଛି। ଏଥିଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା ବଢ଼ିଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମଙ୍ଗଳବାର ଏହା ଉପରେ ଚିନ୍ତା ପ୍ରକଟ କରିବା ସହ ଏନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ଗତ ୧୩ ବର୍ଷ ମଧ୍ୟରେ ହିମାଳୟର ହିମହ୍ରଦଗୁଡ଼ିକ ୧୦.୮୧% ବୃଦ୍ଧିପାଇଛି। ରିପୋର୍ଟ ଅନୁଯାୟୀ, ହିମବାହ ତରଳିବା କାରଣରୁ ବୃହତ୍ ହିମହ୍ରଦ ସୃଷ୍ଟି ହେଉଛି। ସେଗୁଡ଼ିକରେ ଅଧିକ ପରିମାଣର ଜଳ ଜମା ହେଉଥିବାରୁ ବନ୍ୟା ଓ ହିମସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧିପାଉଛି।

ନିକଟରେ ଏ ସମ୍ପର୍କିତ ରିପୋର୍ଟ ପ୍ରକାଶ ପାଇବା ପରେ ଏନ୍‌ଜିଟି ଏହି ବିଷୟକୁ ସଂଜ୍ଞାନକୁ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ୧୯ରେ ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବଙ୍କ ଖଣ୍ଡପୀଠ କହିଥିଲେ, ୨୦୧୧ରୁ ୨୦୨୪ ମଧ୍ୟରେ ଭାରତରେ ହିମହ୍ରଦର ଉପରଭାଗ ଅଞ୍ଚଳ ୩୩.୭% ବୃଦ୍ଧି ପାଇଛି। ହଠାତ୍ ହିମହ୍ରଦରେ ଆସୁଥିବା ବନ୍ୟା ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ଜୀବନକୁ ବିପନ୍ନ କରିବା ସହ ଭିତ୍ତିଭୂମି ଓ ଜୈବବିବିଧତାକୁ ନଷ୍ଟ କରିଦେଉଛି। ଲଦାଖ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ ଓ ଅରୁଣାଚଳ ପ୍ରଦେଶ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଭଳି କ୍ଷତି ଏଡ଼ାଇବା ସକାଶେ ତ୍ୱରାନ୍ୱିତ ଅନୁଧ୍ୟାନ, ତ୍ୱରିତ ସତର୍କତା ବ୍ୟବସ୍ଥା ଓ ବିକଶିତ ବନ୍ୟା ପରିଚାଳନା ରଣନୀତି ଆପଣାଯିବା ଜରୁରୀ। ଆଇନ, ଜଳ (ପ୍ରଦୂଷଣ ନିରାକରଣ ଓ ନିୟନ୍ତ୍ରଣ) ଆଇନ ଏବଂ ପରିବେଶ ସୁରକ୍ଷା ଆଇନର ଉଲ୍ଲଂଘନ। ତେଣୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ସଚିବ, ଜି.ବି. ପନ୍ତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହମାଲୟାନ୍ ଏନ୍‌ଭାଇରୋନ୍‌ମେଣ୍ଟ ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଟ୍ରିବ୍ୟୁନାଲ ନୋଟିସ କରିଛନ୍ତି। ୨୦୨୫ ମାର୍ଚ୍ଚ ୧୦ ଶୁଣାଣିର ସପ୍ତାହେ ପୂର୍ବରୁ ଜବାବ ରଖିବା ପାଇଁ ପକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking