15.1 C
Bhubaneswar
Wednesday, December 17, 2025
Homeଓଡିଶାବିଜେପି ଶାସନରେ ସଧାରଣ ନାଗରିକଙ୍କ ଉପରେ ନିର୍ଯ୍ୟାତନା ସୀମା ଲଙ୍ଘିଛି

ବିଜେପି ଶାସନରେ ସଧାରଣ ନାଗରିକଙ୍କ ଉପରେ ନିର୍ଯ୍ୟାତନା ସୀମା ଲଙ୍ଘିଛି

ଭୁବନେଶ୍ୱର: ବି.ଜେ.ପି କ୍ଷମତାକୁ ଆସିବା ପରେ ସାରା ଦେଶରେ ସlଧାରଣ ନାଗରିକଙ୍କ ଧମକାଇବା ଡରାଇବା ସହ ନିର୍ଯାତନା ଦେବା ସୀମା ଟପିଛି । ଏବେ ଓଡ଼ିଶାରେ ଅନୁପ୍ରଦେଶକାରୀଙ୍କୁ ଧରପଗଡ ନାଁ ରେ ପଡୋଶୀ ପଶ୍ଚିମବଙ୍ଗର ଗରିବ ଲୋକଙ୍କୁ ଅଟକ ରଖି ହଇରାଣ ହରକତ କରାଯାଉଛି। ଯାଞ୍ଚ ଆଳରେ ସେମାନଙ୍କୁ ଜନ୍ମ ସାର୍ଟିଫିକେଟ,ପାସପୋର୍ଟ ମଗାଯାଉଛି । ସେମାନଙ୍କ ଆଧାର କାର୍ଡ, ଭୋଟ ପରିଚୟ ପତ୍ର, ରାସନ୍ କାର୍ଡକୁ ଗ୍ରହଣ କରାଯାଉନାହିଁ । ଏହା ସେମାନଙ୍କ ସାମ୍ବିଧାନିକ ଅଧିକାର,ମାନବିକ ଅଧିକାର ଓ ସାମାଜିକ ସୁରକ୍ଷାର ଖୋଲା ଉଲଘଂନ । ଏଭଳି ଏକ ଅମାନବୀୟ ଘଟଣା ଝାରସୁଗୁଡା ଜିଲ୍ଲା ବ୍ରଜରାଜ ନଗରରେ ଘଟିଛି । ପଶ୍ଚିମବଙ୍ଗର କିଛି ଶ୍ରମଜୀବୀ ଏଠାରେ ଝାଡୁ, ଚାଞ୍ଚୁଡ଼ି ବିକି ଓ ଛୋଟ ମୋଟ କାମ କରି ଜୀବିକା ନିର୍ବାହ କରୁଥିଲେ l ସେମାନଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣଙ୍କୁ ଦୁଇ ଦିନ ପୂର୍ବେ ରାତି ୧୧ ଟାରେ ଉଠାଇଆଣି ଝାରସୁଗୁଡ଼ା ପୋଲିସ ଷ୍ଟେସନରେ ଅଟକ ରଖାଯାଇଛି। ଜଣେ ଭାରତୀୟ ନିଜ ଦେଶର ବିଭିନ୍ନ ରାଜ୍ୟରେ ସ୍ବଛନ୍ଦରେ ଚଳପ୍ରଚଳ କରିବା, ଜୀବିକା ନିର୍ବାହ କରିବାରେ ଏଭଳି ଘଟଣା ଘୋର ପ୍ରତିବନ୍ଧକ ସୃଷ୍ଟି କରୁଛି ।

ଏହା ସର୍ବୋଚ୍ଚ ଅଦାଲତ ର ରାୟ କୁ ଉଲ୍ଲଂଘନ କରୁଛି। ଏହା ବିରୋଧରେ ଜୁଲାଇ ୯ ତାରିଖରେ ନାଗଭୂଷଣ ଭବନ ଠାରେ ସି.ପି.ଆଇ, ସି.ପି.ଆଇ. (ଏମ), ସି.ପି.ଆଇ (ଏମ. ଏଲ) ଲିବରେସନ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ର ମିଳିତ ବୈଠକ ବସି ଏଭଳି ଘଟଣାର ଘୋର ନିନ୍ଦା ଏବଂ ପ୍ରତିବାଦ କରାଯାଇଛି। କେବଳ ଝାରସୁଗୁଡା ଘଟଣା ନୁହେଁ ଆଠଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, ପାରାଦ୍ଵୀପ, ମାହାଙ୍ଗା, ମାଲକାନଗିରି ଓ ଧର୍ମଗଡ ଆଦି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗରିବ ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ବଙ୍ଗଳା କହିଲେ ବାଙ୍ଗଲା ଦେଶୀ ଭାବିବା ଓ ମୁସଲିମ ନାଁ ଶୁଣିଲେ ଶତ୍ରୁତା ପୂର୍ଣ୍ଣ ବ୍ୟବହାର କରିବା ଆମ ଦେଶର ଭାଇଚାରା ଓ ଜାତୀୟ ସଂହତି ପ୍ରତି ଘୋର ବିପଦ। ଯାଞ୍ଚ କରିବାକୁ କେହି ବିରୋଧ କରୁନାହାନ୍ତି, କିନ୍ତୁ ଜନଖିଆଲରେ ନିଜ ନାଗରିକଙ୍କ ପ୍ରତି ହେଉଥିବା ଅସମ୍ମାନ ଜନକ ବ୍ୟବହାର ନ କରି ତୁରନ୍ତ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ସିପିଆଇ ର ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ) ର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ.ଏଲ) ଲିବରେସନ ର ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଙ୍କ ସମେତ କ୍ଷୀରୋଦ ସିଂହ ଦେଓ, ବଦ୍ରୀ ନାରାୟଣ ଦାଶ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ବଂଶୀଧର ପରିଡା ପ୍ରମୁଖ ଦାବୀ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking